କୁଖ୍ୟାତ ଅପରାଧୀ ଅଜୟର ମାଆ, ଭଉଣୀ ଓ ଗାର୍ଲଫ୍ରେଣ୍ଡ ଗିରଫ

ଭୁବନେଶ୍ଵର : କୁଖ୍ୟାତ ଅପରାଧୀ ଅଜୟ ଗତକାଲି ପୋଲିସ ଏନକାଉଣ୍ଟରେ ଆହତ ହେବା ପରେ ଅନେକ ଘଟଣା ପଦାକୁ ଆସିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଅଜୟର ମାଆ, ଭଉଣୀ ଓ ଗାର୍ଲଫ୍ରେଣ୍ଡ ଅପରାଧର ନେଟଓ୍ୱର୍କରେ ସାମିଲ ଥିଲେ। ଏହା ଜାଣିବା ପରେ ପୋଲିସ ଏ ସମସ୍ତଙ୍କୁ ଗିରଫ କରିଛି। କଟକ ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତି ଅଜୟକୁ ସହଯୋଗ କରୁଥିବା ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଛି। ଅଜୟ ଯାହାସବୁ ଲୁଟ୍ କରୁଥିଲା ଏମାନେ ତାକୁ ବିକ୍ରିବଟା କରୁଥିଲେ। ସେପ୍ଟେମ୍ବର ୨୪ ଗୁରୁଡ଼ିଝାଟିଆ ଲୁଟ୍ ଓ ହତ୍ୟା ଘଟଣାରେ ଅଜୟ ସଂପୃକ୍ତ ଥିବା ସୂଚନା ମିଳିଛି ବୋଲି ଡିସିପି କହିଛନ୍ତି।

ମତାମତ ଦିଅନ୍ତୁ ।