କୁଖ୍ୟାତ ଅପରାଧୀ ରବି ରାଓ ସମେତ ୮ ଗିରଫ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଲୁଟ୍‌ପାଟ୍‌ କରୁଥିବା କୁଖ୍ୟାତ ଅପରାଧୀ ରବି ରାଓ ସମେତ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରୁ ୫ ଜଣଙ୍କୁ ପୋଲିସ କରିଛି ଏନକାଉଣ୍ଟର। ଡକାୟତମାନଙ୍କ ଠାରୁ ୯ଟି କାର୍‌, ୬ଟି ବାଇକ୍‌ ଓ ୨୨୪ ଗ୍ରାମ ସୁନା, ୫୦ ହଜାର ଟଙ୍କା ଓ ୫ଟି ଦେଶୀ ବନ୍ଧୁକ ଜବତ ହୋଇଛି। ଏହି ସୂଚନା ଦେଇଛନ୍ତି ପୋଲିସ କମିସନର ସତ୍ୟଜିତ ମହାନ୍ତି।

ଗୁରୁବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ, ଟଙ୍କା ଲୁଟିବା ପରେ ଲୁଟେରାମାନେ ବିଳାସମୟ ଜୀବନଯାପନ କରୁଥଲେ। ଏମାନେ ରାଜଧାନୀର ବିଭିନ୍ନ ଅଂଚଳରେ ଲୁଟ୍‌ପାଟ୍‌ କରୁଥିଲେ। ଗୋଟିଏ ଲୁଟେରା ଗ୍ୟାଙ୍ଗରେ ୫ଜଣ ଅପରାଧୀ ଥିଲେ। କୁଖ୍ୟାତ ଅପରାଧୀ ରବି ରାଓକୁ ଏନ୍‌କାଉଣ୍ଟର କରାଯିବା ପରେ ସତ ପଦାକୁ ଆସିଛି। ଲୁଟେରା ଗ୍ୟାଙ୍ଗ ପାହାଳ ଅଞ୍ଚଳରୁ ୩୫ ଲକ୍ଷ ଟଙ୍କା ଲୁଟ୍‌ କରିଥିଲେ। ଏହି ଘଟଣାରେ ୮ ଜଣ ଡକାୟତ ସାମିଲ ବୋଲି ସେ ପ୍ରକାଶ କରିଥିଲେ।

ମତାମତ ଦିଅନ୍ତୁ ।