କେନ୍ଦୁଝର: କରଦାଙ୍ଗି ଗାଁରେ ହାତୀପଲ ଭାଙ୍ଗିଦେଲେ ୨ଟି ଘର

ଭୁବନେଶ୍ଵର: କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳର କରଦାଙ୍ଗି ଗାଁ ଘୋଡାବେଡା ସାହିରେ ହାତୀ ଉପଦ୍ରବ ଚଳାଇଛନ୍ତି । ଗତକାଲି ରାତିରେ ୧୫ ଟିକିଆ  ହାତୀ ପଲ ଦୁଇଟି ଘର ଭାଙ୍ଗି ଦେଇଛନ୍ତି।

ଗତ କିଛି ଦିନ ହେଲା କେନ୍ଦୁଝର ଜିଲ୍ଲାରେ ହାତୀପାଲ ଆତଙ୍କ ସୃଷ୍ଟି କରିଛନ୍ତି। ଲୋକେ ସନ୍ଧ୍ୟା ହେଲେ ଭୟରେ ଘରୁ ବାହାରୁ ନାହାଁନ୍ତି । ରବିବାର ରାତିରେ ହାତୀପଲ ପ୍ରଫୁଲ୍ଲ ମହାନ୍ତ ଓ ଲକ୍ଷ୍ମୀ ନାୟକଙ୍କ ଘରଭାଙ୍ଗି ଭିତରକୁ ପଶି ଧାନ ଚାଉଳ ଖାଇ ଦେଇଛନ୍ତି । ହାତୀ ଘର ଭାଙ୍ଗିବା ଦେଖି ଲୋକେ ଦୌଡି ପଳାଇ ଯାଇଥିଲେ। ତେଣୁ ହାତୀକୁ ତଡିବାକୁ ଦାବି ହେଉଛି।

ମତାମତ ଦିଅନ୍ତୁ ।