କେନ୍ଦୁଝର : ଗାଁର ବିକାଶ ଚିନ୍ତା କରୁଥିବା ଭଲ ମଣିଷ

ଭୁବନେଶ୍ଵର : ସମାଜରେ ସମସ୍ତେ ସ୍ଵାର୍ଥପର ନୁହଁନ୍ତି। କିଛି ଭଲ ମଣିଷ ଅଛନ୍ତି। ଏଇମାନଙ୍କର ନିସ୍ଵାର୍ଥପର କାମ ପାଇଁ ଲୋକେ ଉପକୃତ ହେଉଛନ୍ତି। ସେହିପରି ଜଣେ ଭଲ ମଣିଷ ହେଲେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରାଜନଗର ଗ୍ରାମର ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ଶରତ କର। ଦେଶ ସୁରକ୍ଷା ଦାୟିତ୍ଵରୁ ଅବସର ନେବାପରେ ଏବେ ନିଜ ଅଞ୍ଚଳର ଉନ୍ନତି କଥା ଚିନ୍ତା କରୁଛନ୍ତି। ଚାକିରି କାଳର ଉପାର୍ଜିତ ଅର୍ଥ ଗାଁର ବିକାଶ କାମରେ ବିନିଯୋଗ କରିଛନ୍ତି। ଏ ବାବଦରେ ପ୍ରାୟ ୪୦ ଲକ୍ଷ ଟଙ୍କା ସେ ଖର୍ଚ୍ଚ କରିଥିବା କୁହାଯାଏ। ତାଙ୍କର ଏଭଳି କାର୍ଯ୍ୟ ଅନ୍ୟମାନଙ୍କୁ ପ୍ରଭାବିତ କରିବ ବୋଲି ଆଶା କରାଯାଏ।

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରାଜନଗର ଗ୍ରାମର ଶ୍ରୀ କର ଗାଁର ଶ୍ମଶାନ ଗୃହ ଓ ଧର୍ମଶାଳା ନିର୍ମାଣ କରିଛନ୍ତି। ତାଙ୍କ ଦ୍ଵାରା ହୋଇଛି ଏପରି ଅନେକ ବିକାଶମୂଳକ କାର୍ଯ୍ୟ। କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ରଘୁନାଥ ଜିଉ ମଠକୁ ଆସୁଥିବା ପର୍ଯ୍ୟଟକ ଓ ସାଧୁସନ୍ଥଙ୍କ ବିଶ୍ରାମ ପାଇଁ ବ୍ୟବସ୍ଥା ନଥିଲା। ଶ୍ରୀ କରଙ୍କ ସହଯୋଗରେ ନିର୍ମାଣ ହୋଇଥିବା ଧର୍ମଶାଳା ବିଶ୍ରାମ ପାଇଁ ବେଶ ସହାୟକ ହୋଇଛି।

ମତାମତ ଦିଅନ୍ତୁ ।