କେନ୍ଦ୍ରାପଡା: ଗୋବରୀ ନଦୀରୁ ମା’ ଓ ଝିଅର ଶବ ଉଦ୍ଧାର

ଭୁବନେଶ୍ଵର : କେନ୍ଦ୍ରାପଡାର ଜିଲ୍ଲାର ମହାକାଳପଡ଼ାରେ ଘଟିଛି ଅଭାବନୀୟ ଘଟଣା। ଝିଅକୁ ହତ୍ୟାକରି ମା’ ଆତ୍ମହତ୍ୟା କରିଛି। ଗୋଗୁଆ ଗାଁ ନିକଟରେ ପ୍ରବାହିତ ଗୋବରୀ ନଦୀରୁ ଉଦ୍ଧାର ହୋଇଛି ଉଭୟଙ୍କ ଶବ। ଏହା ଘରୋଇ ହିଂସାର କରୁଣ ପରିଣତି ବୋଲି ଅନୁମାନ କରାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ମହାକାଳପଡ଼ା ବ୍ଲକର ଗୋଗୁଆ ଗାଁ ନିକଟସ୍ଥ ମାଛ ଘେରି ପାଖରୁ ୭ ବର୍ଷର ଝିଅ ଝୁନିର ମୃତ ଦେହ ଉଦ୍ଧାର ହୋଇଛି। ପରେ ମା’ ନେଉଳିର ମୃତ ଦେହ ଗୋବରୀ ନଦୀରୁ ମିଳିଛି। ସ୍ୱାମୀ ଯଦୁମଣି ଜେନାଙ୍କ କହିବା ଅନୁସାରେ ଗତକାଲି ରାତିରୁ ମା’ ଝିଅ କୁଆଡେ ଚାଲିଯାଇଥିବା ସେ ସକାଳେ ଉଠିବା ପରେ ଜାଣିଲେ।

ମତାମତ ଦିଅନ୍ତୁ ।