କେନ୍ଦ୍ରାପଡା: ବଜ୍ରପାତରେ ପାଞ୍ଚଜଣଙ୍କ ମୃତ୍ୟୁ

ଭୁବନେଶ୍ଵର : ଆଜି କେନ୍ଦ୍ରାପଡ଼ା ଜିଲ୍ଲାରେ ବଜ୍ରପାତରେ ବିଭିନ୍ନ ସ୍ଥାନରେ ୫ଜଣଙ୍କ ମୃତ୍ୟୁ ଘଟିଛି। ମାର୍ଶାଘାଇ ବ୍ଲକ୍‌ କରଞ୍ଜ ଗ୍ରାମର ପପୁନି ଦାସ ଓ ରଙ୍ଗାଧର ବେହେରା ବିଲରେ କାମ କରୁଥିବା ବେଳେ ବଜ୍ରପାତ ହେବାରୁ ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି ଜିଲ୍ଲାର ଗରଦପୁର ବ୍ଳକ୍‌ ମରିଲୋ ଗ୍ରାମର ଦିଲ୍ଲୀପ ମଲ୍ଲିକ ଓ ଗୋତିରି ବିଲ ଗ୍ରାମର ଅଜୟ ନାୟକଙ୍କର ବଜ୍ରପାତରେ ମୃତ୍ୟୁ ହୋଇଛି। ଏହାଛଡା ମାର୍ଶାଘାଇ ନରଣପୁରର ବିଜୟ ନାୟକଙ୍କର ବଜ୍ରପାତରେ ମୃତ୍ୟୁ ଘଟିଥିବା ବେଳେ ଓସ୍ତର ଗାଁର ଦୁଇଜଣ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ମତାମତ ଦିଅନ୍ତୁ ।