କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର କଟକଣା: ଧର୍ମୀୟ ଭାବନା କ୍ଷୁର୍ଣ୍ଣପରି ଖବର ପ୍ରସାରଣ ହୋଇପାରିବନି

ନୂଆଦିଲ୍ଲୀ: ଅଯୋଧ୍ୟା ରାୟ ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଗଣମାଧ୍ୟମ ଉପରେ କଟକଣା ଲଗାଇଛି। ଅଯୋଧ୍ୟା ରାୟ ପ୍ରସଙ୍ଗକୁ ନେଇ ବୈଦ୍ୟୁତିକ ଗଣମାଧ୍ୟମ, ଡିଟିଏଚ୍‌ ଅପରେଟର ଏବଂ କେବୁଲ ଅରେଟରମାନେ କୌଣସି ପ୍ରକାର ଦେଶଦ୍ରୋହୀ କିମ୍ବା ଧାର୍ମିକ ଭାବନାକୁ କ୍ଷୂର୍ଣ୍ଣ କରୁଥିବା ଖବରକୁ ପ୍ରସାରଣ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

କେବୁଲ ଟଭି (ରେଗୁଲେସନ) ୧୯୯୫ ଅନୁସାରେ ବୈଦୁତିକ ଗଣମାଧ୍ୟମ ସଂସ୍ଥାମାନେ ଅଯୋଧ୍ୟ ମାମଲା ନେଇ ସୁପ୍ରିମକୋର୍ଟଙ୍କ ଶୁଣାଣି ଅନୁସାରେ ଖବର ପ୍ରସାରଣ କରିବେ। ଶୁଣାଣି ହୋଇଥିବା ସମସ୍ତ ତଥ୍ୟ ଆଧାରିତ ଖବର ପ୍ରସାରଣ କରିବାକୁ ପରାମର୍ଶ ଦିଆଯାଇଥିବା ବେଳେ କୌଣସି ଅର୍ଦ୍ଧସତ୍ୟ କିମ୍ବା ମିଥ୍ୟାପୂର୍ଣ୍ଣ ଖବରକୁ ବାରଣ କରାଯାଇଛି। ସେହିଭଳି ଦେଶାତ୍ମକଭାବନାକୁ କ୍ଷୁର୍ଣ୍ଣ କରୁଥିବା କୌଣସି ଖବରକୁ ପ୍ରୋତ୍ସାହନ ନଦେବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛନ୍ତି। ହିଂସାପୂର୍ଣ୍ଣ କିଛି ବି ଘଟଣାବଳୀ କିମ୍ବା କୋର୍ଟ ବିରୁଦ୍ଧାଚରଣ କରୁଥିବା ଖବରକୁ ସ୍ଥାନ ନଦେଇ ଧର୍ମୀୟ ଭାବନାକୁ ବଜାୟ ରଖିବା ପାଇଁ ସମସ୍ତ ଗଣମାଧ୍ୟମ, କେବୁଲ ଟିଭି ସଂସ୍ଥାମାନଙ୍କୁ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛନ୍ତି।

ମତାମତ ଦିଅନ୍ତୁ ।