କେବଳ ଗଲୱାନ ନୁହେଁ, ୨୫୦ ଦୀପ ଉପରେ ଡ୍ରାଗନର ଆଖି

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ଲାଇନ ଅଫ୍ ଆକ୍‌ଚୁଆଲ କଂଟ୍ରୋଲ(ଏଲ୍‌ଏସି)ରେ ଉତେଜନା ଲାଗି ରହିଛି । ଲୋଭୀ ଚୀନର ଲୋଭ ଏତେ ମାତ୍ରାରେ ବଢ଼ିଯାଇଛି ଯେ, ଭାରତର ଗଲୱାନ ପରେ ଏବେ ଦକ୍ଷିଣ ଚୀନ ସାଗରରେ ଥିବା ୨୫୦ ଦୀପ ଉପରେ ଆଖି ପକାଇଛି । ଦକ୍ଷିଣ ଚୀନ ସାଗରରେ ଚୀନର ନୌସେନା ଯୁଦ୍ଧାଭ୍ୟାସ କରୁଥିବା ଜଣାପଡ଼ିଛି । ଚୀନର ସରକାରୀ ମୁଖପତ୍ର ଗ୍ଲୋବାଲ ଟାଇମ୍ସ ୧ ଜୁଲାଇରୁ ଆରମ୍ଭ ହୋଇଥିବା ଯୁଦ୍ଧାଭ୍ୟାସର ଫଟୋ ଛାପିଛି । ଦକ୍ଷିଣ, ଉତର ଓ ପୁର୍ବ ଥିଏଟର୍ କମାଣ୍ଡସ୍ ଦକ୍ଷିଣ ଚୀନ ସାଗର, ହଳଦିଆ ସାଗର ଏବଂ ପୁର୍ବ ଚୀନ ସାଗରରେ ଚୀନୀ ନୌସେନା କୌଶଳ ଦେଖାଉଥିବା କଥା ଉଲ୍ଲେଖ କରିଛି ।
ଦକ୍ଷିଣ ଚୀନ ସାଗରରେ ୨୫୦ରୁ ଊର୍ଦ୍ଧ୍ୱ ଦୀପ ରହିଛି । ଏହି ସମସ୍ତ ଦୀପ ଗୁଡ଼ିକୁ ଚୀନ ନିଜର ଅକ୍ତିଆରକୁ ନେବାକୁ ଚାହୁଁଛି । କାରଣ ଦକ୍ଷିଣ ଚୀନ ସାଗର ରାସ୍ତା ଦେଇ ବିଶ୍ୱର ଏକ ତୃତୀୟାଂଶ ପାଖାପାଖି ୩ ଟ୍ରିଲିୟନ୍ ଡଲାରର ବ୍ୟବସାୟ ହୋଇଥାଏ । ଚୀନ ଚାହୁଁଛି ଏହି ସବୁ ଦୀପ ଗୁଡ଼ିକୁ କବ୍‌ଜା କରି ସେହିରାସ୍ତା ଦେଇ ଯାଉଥିବା ଜାହାଜ ଉପରେ ନଜର ରଖିବା ଓ ସେଗୁଡ଼ିକୁ ରୋକିବା । ତେବେ ବିଶ୍ୱର ପ୍ରମୁଖ ରକ୍ଷା ବିଶେଷଜ୍ଞମାନେ ଏହା ଉପରେ ଟିପ୍ପଣୀ କରି କହିଛନ୍ତି ଯେ, ଯଦି ଚୀନକୁ ବର୍ତମାନ ରୋକା ନ ଯିବ ତାହାଲେ ସେ ଏହି ଦୀପ ଗୁଡ଼ିକୁ ହାତେଇନେବ । ଭୂଭାଗରେ ନିଜର ବିସ୍ତାରବାଦ ଆଭିମୁଖ୍ୟକୁ ସଫଳ କରିସାରିବା ପରେ ଏବେ ସମୁଦ୍ର ଉପରେ ଲୋଭୀ ଚୀନର ଆଖି ପଡ଼ିଥିବା ସେମାନେ କହିଛନ୍ତି । ଏହାସହ ବିଶ୍ୱର ପ୍ରମୁଖ ମହାଶକ୍ତିମାନେ ଏକତ୍ରିତ ହୋଇ ଚୀନକୁ ଶାସ୍ତିଦିଅନ୍ତୁ ବୋଲି ସେମାନେ କହିଛନ୍ତି ।

ମତାମତ ଦିଅନ୍ତୁ ।