କେବିସି ସୋ’ରେ ସୁନୀତା କୃଷ୍ଣନ କହିଲେ ତାଙ୍କୁ ୮ଜଣ କରିଥିଲେ ଦୁଷ୍କର୍ମ

ନୂଆଦିଲ୍ଲୀ : ସୋନି ଟିଭିରେ ପ୍ରସାରିତ କୁଇଜ୍‌ ସୋ’ କୌନ୍‌ ବନେଗା କରୋଡପତି କାର୍ଯ୍ୟକ୍ରମରେ ଚର୍ଚ୍ଚାରେ ରହିଛି ସମାଜସେବୀ ସୁନୀତା କୃଷ୍ଣନଙ୍କ ବ୍ୟକ୍ତିଗତ କାହାଣୀ। ସେ କହିଛନ୍ତି ତାଙ୍କୁ ୧୫ବର୍ଷ ହୋଇଥିବା ବେଳେ ୮ଜଣ ଲୋକ ଦୁଷ୍କର୍ମ କରିଛନ୍ତି।

ଏହି ସୋ’ର କର୍ମବୀର ସ୍ୱତନ୍ତ୍ର ଅଧ୍ୟାୟରେ ପହଞ୍ଚିଥିଲେ ସୁନୀତା କୃଷ୍ଣନ। ସେଠାରେ ସେ ନିଜ ଜୀବନରେ ସାମ୍ନା କରିଥିବା ଘଟଣାକୁ ସମସ୍ତଙ୍କ ଆଗରେ ପ୍ରକାଶ କରିଥିଲେ। ସେ କହିଲେ ମୁଁ ୧୫ବର୍ଷର ହୋଇଥିବା ବେଳେ ୮ଜଣ ଲୋକ ମୋ ସହ ଦୁଷ୍କର୍ମ କରିଥିଲେ। ମୋ ଉପରେ ଏନେଇ ୧୭ଥର ଆକ୍ରମଣ କରାଯାଇଥିଲା। ମରିବା ଏକ ବଡ଼ କଥା ନୁହେଁ। ଯେ ପର୍ଯ୍ୟନ୍ତ ମୋ ନିଶ୍ୱାସ ଚାଲିଛି ସେ ପର୍ଯ୍ୟନ୍ତ ମୋ ଭଳି ଘଟଣାର ଶିକାର ହେଉଥିବା ମହିଳା ଓ ଦେହ ବ୍ୟବସାୟକୁ ଠେଲି ଦିଆଯାଉଥିବା ମହିଳାଙ୍କୁ ଉଦ୍ଧାର କରିବା ପାଇଁ ମୁଁ ବଞ୍ଚିଛି। ଏ ପର୍ଯ୍ୟନ୍ତ ମୁଁ ୨୨,୦୦୦ରୁ ଅଧିକ ମହିଳାଙ୍କୁ ଯୌନ ଚାଲାଣରୁ ମୁକ୍ତ କରିଛି। ସୁନୀତାଙ୍କ ଏ କାହାଣୀ ଶୁଣିବା ପରେ ବିଗ୍‌ ବିଙ୍କ ସମତେ ଉପସ୍ଥିତ ଦର୍ଶକଙ୍କ ଆଖିରେ ଲୁହ ଆସି ଯାଇଥିଲା।

ମତାମତ ଦିଅନ୍ତୁ ।