କୋରାପୁଟ: କୃଷି ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ

ଜୟପୁର : ଭିଜିଲାନ୍ସ ଜାଲରେ ଫସିଲେ କୋରାପୁଟ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ମହାନ୍ତି। ତାଙ୍କ ନିକଟରୁ ନଗଦ ୧୧ଲକ୍ଷ ୭୩ ହଜାର ଟଙ୍କା ଜବତ ହୋଇଛିଥିବାରୁ ଜୟପୁର ଭିଜିଲାନ୍ସ ଟିମ ଅଟକ ରଖିଛନ୍ତି।

ଖବର ଅନୁଯାୟୀ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ମହାନ୍ତିଙ୍କର ଯୁଗ୍ମ-ନିର୍ଦ୍ଦେଶକ ଭାବେ ପଦୋନ୍ନତି ହୋଇଛି। ନୂଆ ପଦବୀରେ ଯୋଗ ଦେବାକୁ ସେ ଜୟପୁରରୁ ଏକ ଘରୋଇ ଇନୋଭାରେ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ। କିନ୍ତୁ ତାଙ୍କୁ ଜୟପୁର ନିକଟସ୍ଥ ଏକ ସ୍ଥାନରେ ଭିଜିଲାନ୍ସ ଧରିଥିଲା। ତାଙ୍କ ନିକଟରୁ ନଗଦ ୧୧ଲକ୍ଷ ୭୩ ହଜାର ୪୩୦ ଟଙ୍କା ମିଳିବା ପରେ ଭିଜିଲାନ୍ସ ଟିମ୍ ପଚରାଉଚରା ଲାଗି ଜୟପୁରସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣିଥିଲା। ଏହି ଘଟଣା ପରେ ଶ୍ରୀ ମହାନ୍ତିଙ୍କ ଜୟପୁର ଅଫିସ ଓ ଭୁବନେଶ୍ଵର ଶୈଳଶ୍ରୀ ବିହାରରେ ଥିବା ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।