କୋଲକାତା ସଡ଼କ ଦୁର୍ଘଟଣାରେ ୫ ଓଡ଼ିଆ ମୃତ, ୩ ଗୁରୁତର

ନୂଆଦିଲ୍ଲୀ : କୋଲକାତା ହାୱଡାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ୫ ଜଣ ଓଡ଼ିଆ ଯୁବକ ପ୍ରାଣ ହରାଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇ ଢ଼ୁଲାଗଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ମୁତାବକ, ଭଦ୍ରକ ଓ ଯାଜପୁର ଜିଲ୍ଲାରୁ ୮ ଜଣ ଯୁବକ କୋଲକାତା ଯାଇଥିଲେ । ହାୱଡ଼ାରୁ ବାହାଘର ଭୋଜି ଖାଇ ଫେରୁଥିବାବେଳେ ହାୱଡା ନିକଟସ୍ଥ ଶଙ୍କରାଇଠାରେ ସେମାନଙ୍କ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫଳରେ ପ୍ରଥମେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତର ଥିଲେ । ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ପ୍ରାଣ ହରାଇଛନ୍ତି । ଦୁଇ ଜଣ ମୃତକ ପରିଚୟ ମିଳି ପାରିଛି । ସେମାନେ ହେଲେ ଭଦ୍ରକର ମନୋଜ ମହାନ୍ତି ଓ ଦିଗବିଜୟ । ମନୋଜ ଜଣେ କଣ୍ଟ୍ରାକ୍ଟର ଅଟନ୍ତି । ଅନ୍ୟମାନଙ୍କ ପରିଚୟ ମିଳି ପାରି ନାହିଁ ।

ମତାମତ ଦିଅନ୍ତୁ ।