କୋଭିଡ୍ ଗାଇଡଲାଇନ୍‌ ପାଳନ ନେଇ ନର୍ସିଂ ହୋମ୍‌ ଉପରେ ଚଢଉ

ଆନନ୍ଦପୁର : କରୋନା ଗାଇଡଲାଇନ୍‌ ପାଳନ ନେଇ ଆନନ୍ଦପୁରର ବିଭିନ୍ନ ନର୍ସିଂ ହୋମ୍ ଉପରେ ପ୍ରଶାସନ ପକ୍ଷରୁ ଚଢଉ ହୋଇଛି। ନର୍ସିଂ ହୋମ୍‌ ମାନଙ୍କରେ ରୋଗୀସେବା ସମୟରେ ସାମାଜିକ ଦୂରତା, ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବା ଡାକ୍ତର ଓ କର୍ମଚାରୀମାନେ ଆବଶ୍ୟକୀୟ ସୁରକ୍ଷା ଉପକରଣ ପିନ୍ଧିବା ଓ ସାନିଟାଇଜେସନ୍‌ କରାଯାଉଛି କି ନାହିଁ ତାହା ଦେଖିଥିଲେ। ଏହି ତଦନ୍ତ ସମୟରେ ଆନନ୍ଦପୁର ତହସିଲଦାର ତପନ କୁମାର ନାୟକ,  ଉପଖଣ୍ଡ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଧନେଶ୍ଵର ସେଠୀ ଓ ପୌର ନିର୍ବାହୀ ଅଧିକାରୀ ହିତାଶୁଂ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

ମତାମତ ଦିଅନ୍ତୁ ।