‘କୋରାନ ବାଣ୍ଟିବା’ ରାୟ ଅଦାଲତ ଫେରାଇ ନେଲେ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଆପତ୍ତିଜନକ ଟିପ୍ପଣୀ ସେଆର୍ କରିବାରୁ ବିକମ୍ ଛାତ୍ରୀ ରିଚା ଭାରତୀଙ୍କୁ ଗତ ଜୁଲାଇ ୧୨ ତାରିଖରେ ଗିରଫ କରଯାଇଥିଲା। ଏହି ମାମଲାରେ ଜାମିନ ପ୍ରଦାନ କରି ୧୫ଦିନ ମଧ୍ୟରେ ୫ଟି କୋରାନ ବାଣ୍ଟିବାକୁ ସର୍ତ୍ତ ରଖିଥିଲେ ରାଞ୍ଚି ଅଦାଲତ। ମାମଲାର ତଦନ୍ତ କରୁଥିବା ଅଧିକାରୀଙ୍କ ନିବେଦନ ପରେ କୋର୍ଟ ନିଜ ରାୟକୁ ଫେରାଇ ନେଇଛନ୍ତି।

ଅନ୍ୟପକ୍ଷରେ କୋର୍ଟଙ୍କ ଆଦେଶକୁ ରିଚା ମାନିବାକୁ ରାଜି ହୋଇ ନଥିଲେ। ସେ ପ୍ରତିକ୍ରିୟାରେ କହିଥିଲେ ଯେ ଆଜି କୋର୍ଟ କୋରାନ ବାଣ୍ଟିବାକୁ କହୁଛନ୍ତି, କାଲି ମୁସଲମାନ ଧର୍ମ ଆପଣାଇବାକୁ କୁହାଯାଇପାରେ । କୋର୍ଟଙ୍କ ରାୟ ଉପରେ ପ୍ରଶ୍ନ ଉଠାଇ ରିଚା କହିଥିଲେ ଯେ କୋର୍ଟ କେବେ କୌଣସି ଅଭିଯୁକ୍ତଙ୍କୁ ରାମାୟଣ କିମ୍ୱା ଶ୍ରୀମଦ୍ ଭଗବତ ଗୀତା ବାଣ୍ଟିବାକୁ ନିର୍ଦ୍ଦେଶ ଦେଇଛନ୍ତି କି ? ତେବେ ରାଞ୍ଚି କୋର୍ଟ ନିଜ ନିଷ୍ପତ୍ତି ଫେରାଇ ନେଆଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।