କୋରାପୁଟ: ଭାରରେ ବୁହାହୋଇ ଡାକ୍ତରଖାନା ଗଲେ ମହିଳା

ଭୁବନେଶ୍ଵର: ଗାଁକୁ ଭଲ ରାସ୍ତା ନଥିବାରୁ ଜେନ ଅସୁସ୍ଥ ତିନି କିଲୋମିଟର ଭାରରେ ବୋହିବା ପରେ ଅଟୋରେ ଡାକ୍ତରଖାନା ଆଣିବାକୁ ପଡିଛି। ଏପରି ଘଟଣା କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ବୁର୍ଜା ଗ୍ରାମପଞ୍ଚାୟତର କୁତୁକାଝୋଲା ଗାଁରେ ଦେଖିବାକୁ ମିଳିଛି।

ମିଳିଥିବା ଖବର ଅନୁଯାୟୀ କୁତୁକାଝୋଲା ଗାଁର ଜଣେ ଗର୍ଭବତୀ ମହିଳା ୨ ମାସ ତଳେ କୋରାପୁଟ ମେଡିକାଲ୍‌ କଲେଜରେ ଅପରେସନ ହୋଇଥିଲେ। ପିଲା ଜନ୍ମର କିଛି ଦିନ ପରେ ସୁସ୍ଥ ହୋଇ ଗାଁକୁ ଫେରିଥିଲେ। ଆଜି ପେଟ ବ୍ୟଥା ହେବାରୁ ପରିବାର ଲୋକେ ଡାକ୍ତରଖାନା ଆଣିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଲକ୍ଷ୍ମୀପୁର ସଦର ମହକୁମା ଡାକ୍ତରଖାନାକୁ ଯିବା ପାଇଁ ଭଲ ରାସ୍ତା ନଥିବାରୁ ଉକ୍ତ ମହିଳାଙ୍କୁ ଗାଁର ୫ ଜଣ ଲୋକ ତିନି କିଲୋମିଟର ଭାରରେ ବୋହିଥିବ ଜଣାପଡିଛି। ପକ୍କା ରାସ୍ତା ନିମନ୍ତେ ବନ ବିଭାଗର ଅନୁମତି ମିଳୁନଥିବାରୁ ଗ୍ରାମର ୪୦ଟି ପରିବାର ସବୁବେଳେ ଏମିତି ଅସୁବିଧାର ସମ୍ମୁଖିନ ହେଉଥିବା ପ୍ରକାଶ କରିଛନ୍ତି।

ମତାମତ ଦିଅନ୍ତୁ ।