କ୍ରେତା-ବିକ୍ରେତାଙ୍କ ସଂଯୋଗ ପାଇଁ ଆମାଜନର ଷ୍ଟୋରିବକ୍ସ

ଭୁବନେଶ୍ୱର : ଡ଼ିଜିଟାଲ ଦୁନିଆରେ କେତ୍ର-ବିକ୍ରେତାର ସଂଯୋଗ ପାଇଁ ଆମାଜନ ଲଞ୍ଚ କରିଛି ଷ୍ଟୋରିବକ୍ସ। ଏହା ମାଧ୍ୟମରେ ଉଭୟ ନିକଟତର ହୋଇପାରିବେ। ସେଥିପାଇଁ ଆମାଜନର ଗ୍ରେଟ୍ ଇଣ୍ଡିୟନ ଫେଷ୍ଟିଭଲରେ କିଣାକିଣି କରିଥିବା ଗ୍ରାହକ ଡ଼େଲିଭରୀ ବକ୍ସରେ କିଛି ଦେଖିବାର ସମ୍ଭାବନା ରହିଛି। ଆମାଜନ ସହ ଯୋଡିହୋଇଥିବା ଛୋଟ ଓ ମଧ୍ୟମ ବ୍ୟବସାୟୀଙ୍କର ସଫଳତା କହୁଥିବା ଏହି ବକ୍ସରେ ଆମାଜନ ଗ୍ରାହକମାନେ ଅର୍ଡ଼ର ପାଇବା ଆରମ୍ଭ କଲେଣି। ଆମାଜନ ଇଣ୍ଡିଆର ମାର୍କେଟ ପ୍ଲେସରେ ଅଧା ମିଲିୟନରୁ ଅଧିକ ବିକ୍ରେତା ଅଛନ୍ତି। ପ୍ରତ୍ୟେକ ବିକ୍ରେତାଙ୍କର ଯାତ୍ରା ଏକ ଅସାଧାରଣ ରୂପାନ୍ତର କାହାଣୀ ଅଟେ। ଗ୍ରାହକମାନଙ୍କୁ ଏ ବିଷୟରେ ଜଣାଇବା ପାଇଁ ଆମାଜନ ଇଣ୍ଡିଆ ଭାରତରେ ପ୍ରଥମ ‘ଆମାଜନ ଷ୍ଟୋରିବକ୍ସ’ ଛାଡ଼ିବା ପାଇଁ ଘୋଷଣା କରିଛି।

ଆମାଜନ ଇଣ୍ଡିଆର ଉପାଧ୍ୟକ୍ଷ ଗୋପାଳ ପିଲ୍ଲାଇ କହିଛନ୍ତି ‘ଆମାଜନ ଉଡନ୍ତା ଚକ’ର ବିକ୍ରେତାମାନେ ମୁଖ୍ୟ ଅଂଶ। ମାର୍କେଟରେ ବିକ୍ରି କରୁଥିବା ୫ ଲକ୍ଷରୁ ଅଧିକ ଛୋଟ ବ୍ୟବସାୟୀ, କାରିଗର, ମହିଳା, ଉଦ୍ୟମୀ ଓ ଉଦୟମାନ ବ୍ରାଣ୍ଡ ଆମ ପାଖରେ ଅଛନ୍ତି। ପ୍ରତ୍ୟେକ ଆମାଜନ ବିକ୍ରେତାଙ୍କ ସଫଳତା ପଛରେ ଏକ ଷ୍ଟୋରି ରହିଛି । ଷ୍ଟୋରିବକ୍ସ ଦ୍ୱାରା ସେସବୁ ଜୀବନ୍ତ କରିବାକୁ ଆମେ ଚାହିଁଥିଲୁ। ବର୍ତମାନସୁଦ୍ଧା ୬ ବିକ୍ରେତା ଷ୍ଟୋରିକୁ ଆମେ ଆମର ଷ୍ଟୋରିବକ୍ସରେ ପ୍ରଦର୍ଶିତ କରିସାରିଥିବା ବେଳେ ଏଭଳି ଆହୁରି ଅନେକ ଷ୍ଟୋରି ଆଣିବାକୁ ଯାଉଛୁ ବୋଲି କହିଛନ୍ତି।

ମତାମତ ଦିଅନ୍ତୁ ।