Breaking Newsମନୋରଞ୍ଜନ

କ୍ୟାରିଅରକୁ ନେଇ ସନ୍ତୁଷ୍ଟ ଡାଏନା

ମୁମ୍ବାଇ: ମଡେଲିଂରୁ ଫିଲ୍ମ ଜଗତରେ ପାଦ ଥାପିଥିବା ଡାଏନା ପେଣ୍ଟି ନିଜ କ୍ୟାରିଅରକୁ ନେଇ ସନ୍ତୁଷ୍ଟ ଅଛନ୍ତି । ଲକଡାଉନ୍‌, ସଙ୍ଗରୋଧ ଭଳି ପରିସ୍ଥିତି ଲୋକଙ୍କୁ ଅବସାଦଗ୍ରସ୍ତ କରିଦେଉଥିଲା ବେଳେ ଡାଏନା ବେଶ୍‌ ବିନ୍ଦାସ ଅଛନ୍ତି । ତାଙ୍କ କ୍ୟାରିଅର୍‌ର ଗତି ସମସାମୟିକ ଅଭିନେତ୍ରୀମାନଙ୍କ ତୁଳନାରେ ବେଶ୍‌ ପଛୁଆ । ତଥାପି ତାଙ୍କର କୌଣସି ଅବଶୋଷ ନାହିଁ ।  

ତାଙ୍କ କହିବା କଥା ହେଲା ସେ ଅଳ୍ପରେ ସନ୍ତୁଷ୍ଟ ରହିବାକୁ ଭଲ ପାଆନ୍ତି। ସେଥିପାଇଁ ସେ ଖୁସି ରହିପାରନ୍ତି । ଆଜିକାଲି ତାଙ୍କ ଖୁସି ରହିବାର ଏକ କାରଣ ହେଲା ତାଙ୍କର ଏକ ଫିଲ୍ମ ହଟଷ୍ଟାରରେ ରିଲିଜ୍‌ ହେବାକୁ ଯାଉଛି । ନିର୍ମାତା ଦିନେଶ ବିଜନଙ୍କ ଏହି ରୋମାଣ୍ଟିକ ଡ୍ରାମାରେ ଡାଏନାଙ୍କ ଚରିତ୍ର ବେଶ୍‌ ଦମଦାର । 

ଏହି ଫିଲ୍ମରେ ତାଙ୍କ ସହିତ ସ୍କ୍ରିନ୍‌ ଶେୟାର କରିଛନ୍ତି ରାଧିକା ମଦନ, ମୋହିତ ରୈନା, କୁନାଲ ଦେଶମୁଖଙ୍କ ଭଳି ଅଭିନେତା । ଶ୍ରୀରାମ ରାଘବନ ଏବଂ ଧୀରଜ ରତନଙ୍କ ଦମଦାର ସ୍କ୍ରିପ୍ଟ ପଢ଼ି କେବଳ ଡାଏନା ଖୁସି ହୋଇନାହାନ୍ତି । ନିର୍ମାତା ଦିନେଶ ବିଜନ ମଧ୍ୟ ଖୁସି । ଡାଏନାଙ୍କ କହିବା ହେଲା ଦୀର୍ଘ ଆଠ ବର୍ଷର କ୍ୟାରିଅର ମଧ୍ୟରେ ସେ କେବେ ଲିଡ୍‌ ନାୟିକା ନୁହେଁ, ବରଂ କ୍ୟାରେକ୍ଟର ରୋଲ୍‌ ପ୍ଲେ କରିବାରେ ହିଁ ମନୋନିବେଶ କରିଆସିଛନ୍ତି । ସେଥିପାଇଁ ସେ କେବେ ନିଜକୁ ନମ୍ବର ଦୌଡ଼ରେ ସାମିଲ କରିନାହାନ୍ତି । ନିଜ ମର୍ଜିରେ ଜୀବନ ଜିଉଁଛନ୍ତି ଡାଏନା ।

ମତାମତ ଦିଅନ୍ତୁ ।

Back to top button