କ୍ୱାରେଣ୍ଟାଇନ୍‌ କେନ୍ଦ୍ର ପରିସରରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଜଳେଶ୍ୱର : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅଞ୍ଚଳରଏକ କ୍ୱାରେଣ୍ଟାଇନ୍‌ କେନ୍ଦ୍ର ପରିସରରୁ ଆଜି ଜଣେ ପ୍ରବାସୀ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ମୃତ ମହିଳା ହେଲେ ଜୟରାମପୁର ଗାଁର ଆରତୀ ଭୋଇ। ସେ ଗତ ୨୦ ତାରିଖରେ ହାଇଦ୍ରାବାଦରୁ ଫେରି ଜୟରାମପୁର ହାଇସ୍କୁଲ କ୍ୱାରେଣ୍ଟାଇନ କେନ୍ଦ୍ରରେ ରହୁଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।