ଖଟିକରି ୧୨ ଜଣ ତଣ୍ଡ ଗଣିଲେ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ଵରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଏହାସତ୍ତ୍ଵେ ମଧ୍ୟ ଲୋକେ ଚେତୁ ନାହାନ୍ତି। କରୋନା ସଂକ୍ରମଣ ରୋକିବା ପାଇଁ ଲାଗୁ ହୋଇଥିବା କଟକଣାକୁ କରୁଛନ୍ତି ଖୋଲାଖୋଲି ଉଲଂଘନ। ଓମଫେଡ୍ ବୁଥରେ ବସି ଖଟି କରୁଛନ୍ତି। କିନ୍ତୁ ଆଜି ହୋଇଛି କାର୍ଯ୍ୟାନୁଷ୍ଠାନ। ଜୟଦେବ ଭବନ ନିକଟ ଓମଫେଡ୍ ବୁଥରେ ଖଟି କରୁଥିବା ବ୍ୟକ୍ତି ତଣ୍ଡ ଗଣିଛନ୍ତି। କମିଶନରେଟ୍ ପୋଲିସ ୧୨ ଜଣଙ୍କ ଠାରୁ ୫ ହଜାର ଟଙ୍କା ଜରିମାନା ଆଦାୟ କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।