ଖଣି ଲିଜ୍ ଅଧିକ ରାଜ୍ୟ ସରକାର ବଢ଼ାଇ ପାରିବେ

ଭୁବନେଶ୍ୱର : ଭାରତୀୟ ଇସ୍ପାତ୍‌ କ୍ଷେତ୍ରରେ କଞ୍ଚାମାଲ୍‌ର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନିଆଯାଇଛି। ସରକାରୀ କମ୍ପାନୀ ଦ୍ୱାରା ଖଣି କାର୍ଯ୍ୟ ନିୟମରେ ଖଣି ମନ୍ତ୍ରଣାଳୟ ସଂଶୋଧନ କରିଛି। ସଂଶୋଧିତ ନିୟମନୁସାରେ ସରକାରୀ କମ୍ପାନୀ ଗୁଡିକୁ ମିଳିଥିବା ଲିଜ୍‌ ଯଦି ଖଣି କମ୍ପାନୀ ରାଜ୍ୟ ସରକାରଙ୍କୁ ଲିଜ୍‌ ସରିବାର ଅନ୍ତତଃ ବର୍ଷେ ପୂର୍ବରୁ ଲିଖିତ ଦରଖାସ୍ତରେ ଆବେଦନ କରିବେ। ତେବେ ରାଜ୍ୟ ସରକାର ଖଣି ଲିଜକୁ ଏକକାଳୀନ ୨୦ ବର୍ଷ ଘୁଞ୍ଚାଇ ପାରିବେ। ଉଲ୍ଲେଖଯୋଗ୍ୟ ଯେ, ଏମ୍ଏମ୍‌ଡିଆର୍‌ ଆକ୍ଟ୍ ୧୯୫୭ ଅନୁସାରେ ୨୦୨୦ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୩୧ଟି କାର୍ଯ୍ୟକ୍ଷମ ଖଣିର ଲିଜ୍ ଅବଧି ଶେଷ ହେବ।

ମତାମତ ଦିଅନ୍ତୁ ।