ଖଣ୍ଡା ବୁଲାଇ ବିବାଦରେ ରୋହିତ

ଭୁବନେଶ୍ଵର : ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ଖଣ୍ଡା ବୁଲାଇ ଅଡୁଆରେ ପଡିଛନ୍ତି। ଭିଡିଓ ଭାଇରାଲ ହେବ ପରେ ଆପତ୍ତି ଉଠାଇଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର।

ଖବର ଅନୁଯାୟୀ ସମ୍ବଲପୁରରେ ଖଣ୍ଡା ବୁଲିଛି। ମହରମ ପର୍ବ ପାଳନ ଅବସରରେ ବିଧାୟକ ରୋହିତ ପୂଜାରୀ ଖଣ୍ଡା ବୁଲାଇଥିବାରୁ ଏହାକୁ ନେଇ ସୃଷ୍ଟି ହୋଇଛି ବିବାଦ। ଭିଡିଓ ଭାଇରାଲ ହେବା ପରେ ସାଧାରଣରେ ଜୋରଦାର ଆଲୋଚନା ଚାଲିଥିବା ବେଳେ ଆପତ୍ତି ଉଠାଇଛନ୍ତି ବିଧାୟକ ଜୟନାରାୟଣ ମିଶ୍ର। ସେ ଅଭିଯୋଗ କରିଛନ୍ତି ଆଇନ ଏଠି ଭିନ୍ନ ଲୋକଙ୍କ ପାଇଁ କାମ କରୁଛି। ଅପର ପକ୍ଷରେ ଖଣ୍ଡା ବୁଲାଉଥିବା ଘଟଣାକୁ ବିଧାୟକ ଶ୍ରୀ ପୂଜାରୀ ଅସ୍ୱୀକାର କରିଥିଲେ ମଧ୍ୟ ସେ ବୁଲାଉଥିବା ଖଣ୍ଡା କାଠ ନିର୍ମିତ ବୋଲି କହିଛନ୍ତି।

ମତାମତ ଦିଅନ୍ତୁ ।