ଖେଳ ପଡିଆକୁ ନେଇ ଗୋଷ୍ଠୀ ସଂଘର୍ଷ, ୬ ମହିଳା ଆହତ

ଭୁବନେଶ୍ଵର : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ସୁନାବେଡା ଗ୍ରାମ ପଞ୍ଚାୟତରେ ଖେଳ ପଡିଆକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ୬ ଜଣ ମହିଳା ଗୁରୁତର ଆହତ ହୋଇଥିବାରୁ ସେମାନଙ୍କୁ ଉମରକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ ସୁନାବେଡା ପଞ୍ଚାୟତ ଅନ୍ତର୍ଗତ ଏକ ଖେଳ ପଡିଆକୁ ନେଇ ଉକ୍ତ ପଞ୍ଚାୟତର ସାହେବଗୁଡା, ମାଟିଗୁଡା, କୁଟିଆରିଗୁଡା ଓ ପୁଟୁଗୁଡା ମଧ୍ୟରେ ବହୁଦିନ ଧରି ବିବାଦ ରହିଥିଲା। ଆଜି ସେହି ପଡିଆରେ ଫୁଟବଲ ଖେଳ ଚାଲିଥିବା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଆରମ୍ଭ ହୋଇ ସଂଘର୍ଷର ରୂପ ନେଇଥିଲା। ଏଥିରେ ପୁଟୁଗୁଡା ଗ୍ରାମର ୬ ଜଣ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡିଛି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଘଟଣା ସ୍ଥଳରେ ପୋଲିସ୍ ମୃତୟନ କରାଯାଇଥିବା ସୂଚନା ମିଳିଛି।

ମତାମତ ଦିଅନ୍ତୁ ।