ଖୋର୍ଦ୍ଧା ଏନ୍‌କାଉଣ୍ଟରରେ ଜାମସେଦ୍‌ ଆହତ

ଭୁବନେଶ୍ଵର : ଖୋର୍ଦ୍ଧା ରାମେଶ୍ୱର ନିକଟରେ ପୋଲିସ ଏନ୍‌କାଉଣ୍ଟର ଦୁର୍ଦ୍ଦାନ୍ତ ଅପରାଧୀ ଜାମସେଦ୍‌ ଖାନ୍‌ ଆହତ ହୋଇଛି। ତା’ର ବାମ ଗୋଡ଼ରେ ବାଜିଛି ଗୁଳି। ପ୍ରଥମେ ତାକୁ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଭୁବନେଶ୍ୱର ଏମସ୍‌କୁ ସ୍ଥାନାନ୍ତର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା।

ଖବର ଅନୁଯାୟୀ ରାମେଶ୍ୱର ନିକଟ ଏକ ଜଙ୍ଗଲ ଭିତରେ ଜାମସେଦ୍‌ ରହିଥିବା ପୋଲିସକୁ ସୂଚନା ମିଳିଥିଲା। ନିରାକାରପୁର ଥାନା ଆଇଆଇସି ଓ ଟାଙ୍ଗୀ ଥାନା ଆଇଆଇସିଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍‌ ଗତକାଲି ରାତି ପ୍ରାୟ ୧ଟା ବେଳେ ଜଙ୍ଗଲରେ ଚଢ଼ଉ କରିଥିଲା। ଏହି ସମୟରେ ଜାମସେଦ୍‌ ପୋଲିସ ଉପରକୁ ବୋମାମାଡ଼ କରିଥିଲା।  ଏଥିରେ ନିରାକାରପୁର ଥାନା ଆଇଆଇସି, ଟାଙ୍ଗୀ ଥାନା ଆଇଆଇସି ଓ ଅନ୍ୟ ୨ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।

ମତାମତ ଦିଅନ୍ତୁ ।