ଗଞ୍ଜାମ ଜିଲ୍ଲାର କୌଣସି ଷ୍ଟେସନରେ ଅଟକିବନି ଟ୍ରେନ୍‌

ଭୁବନେଶ୍ଵର: ଗଞ୍ଜାମ ଜିଲ୍ଲାର କୌଣସି ଷ୍ଟେସନରେ ଆସନ୍ତାକାଲିଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ପାସେଞ୍ଜର ଟ୍ରେନ୍ ରହିବନି। ପଦକ୍ଷେପ ସ୍ୱରୂପ ଭୁବନେଶ୍ୱର-ବ୍ରହ୍ମପୁର ସ୍ପେଶାଲ ଟ୍ରେନ୍‌କୁ ବାତିଲ କରି ଦିଆଯାଇଛି। ଭୁବନେଶ୍ୱର-ମୁମ୍ବାଇ ସ୍ପେଶାଲ୍‌ ଟ୍ରେନ୍‌ ବାଲୁଗାଁ, ଛତ୍ରପୁର ଓ ବ୍ରହ୍ମପୁର ଷ୍ଟେସନରେ ଅଟକିବ ନାହିଁ। ହାୱାଡ଼ା- ସିକନ୍ଦରାବାଦ ସ୍ପେଶାଲ ଟ୍ରେନ୍‌ ବାଲୁଗାଁ ଓ ବ୍ରହ୍ମପୁର ଷ୍ଟପେଜକୁ ବାତିଲ କରିଦିଆଯାଇଛି।

ଆଜି ରାଜ୍ୟ ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ ପକ୍ଷରୁ ପୂର୍ବତଟ ରେଳପଥର ସାଧାରଣ ପରିଚାଳକଙ୍କୁ ଏ ନେଇ ଚିଠି ଦିଆଯାଇଥିଲା। ଏ ନେଇ ତୁରନ୍ତ ବିଭାଗୀୟ ଏବଂ ଷ୍ଟେସନ୍ ୟୁନିଟକୁ ଗଞ୍ଜାମ ଜିଲ୍ଲାରେ ଥିବା ସମସ୍ତ ଷ୍ଟପେଜରେ ରେଳ ରହଣିକୁ ରଦ୍ଦ କରିବା ପାଇଁ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରିବାକୁ କୁହାଯାଇଥିଲା।

ମତାମତ ଦିଅନ୍ତୁ ।