ଗଞ୍ଜାମ ଜିଲ୍ଲାର ସବୁ ସହର ୯ରୁ ସଟ୍ଡାଉନ୍

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଏନ୍ଏସି ଓ ୫ଟି ବ୍ଲକ୍ ହେଡ କ୍ୱାର୍ଟରକୁ ସଟଡାଉନ୍ ଘୋଷଣା କରାଯାଇଛି। ଏହି କଟକଣା ଜୁଲାଇ ୯ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।
ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ସେ କହିଛନ୍ତି ବ୍ରହ୍ମପୁର ମହାନଗ ନିଗମ ଅଞ୍ଚଳ ସମେତ ହିଞ୍ଜିଳିକାଟୁ ପୌରପରିଷଦ ଅଞ୍ଚଳ, ଜିଲ୍ଲାର ସମସ୍ତ ଏନ୍ଏସି ଏବଂ ଧରାକୋଟ, ସାନଖେମୁଣ୍ଡି, ଶେରଗ଼ଡ ଓ ଜଗନ୍ନାଥ ପ୍ରସାଦ ଆଦି ବ୍ଲକ ସଟ୍ଡାଉନ୍ ରହିବ। ଏହି ସମୟରେ ସ୍ୱାସ୍ଥ୍ୟ କର୍ମୀ ଘରକୁ ଘର ବୁଲି ସର୍ଭେ କରିବେ। ଏହିପାଇଁ ୧୦୦ ଟିମ୍ ବ୍ରହ୍ମପୁରରେ ସର୍ଭେ କରିବେ। ଅନ୍ୟ ଅଞ୍ଚଳ ପାଇଁ ୧୦୦ ଟିମ୍ ଗଠନ କରାଯାଇଛି। ଗୋଟିଏ ଟିମ୍ ଦୈନିକ ୧୫୦ ଲୋକଙ୍କ ସ୍କ୍ରିନିଂ କରିବାକୁ ଟାର୍ଗେଟ୍ ରହିଛି। ଏହି ସର୍ଭେବେଳେ ବହୁବିଧ ରୋଗାକ୍ରାନ୍ତ ଲୋକଙ୍କ ଡାଟାବେସ୍ ପ୍ରସ୍ତୁତ କରାଯାଇ ହ୍ୱାଟ୍ସଆପ୍ ଗ୍ରୁପ୍ କରାଯିବ। ଗ୍ରୁପରେ ନିୟମିତ ଯୋଗାଯୋଗ ସହ ଟେଲି ମେଡିସିନ ପରାମର୍ଶ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।