ଗଞ୍ଜାମ : ସକାଳ ୬ଟାରୁ ଅପରାହ୍ନ ୪ଟା ଯାଏ ଲକ୍‌ଡାଉନ୍‌ କୋହଳ

ବ୍ରହ୍ମପୁର : କରୋନା ସଂକ୍ରମଣ ରୋକିବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛି। ଜୁଲାଇ ୧୦ ତାରିଖ ଯାଏ ସରକାରୀ କାର୍ଯ୍ୟାଳୟକୁ ଜନସାଧାରଣଙ୍କ ପ୍ରବେଶ ବାରଣ କରାଯାଇଛି। ସେହିପରି ଶନିବାର ଓ ରବିବାର ବଳବତ୍ତର ରହିଛି ସଟଡାଉନ୍। ଆସନ୍ତାକାଲି ଠାରୁ ସପ୍ତାହର ସୋମବାରଠାରୁ ଶୁକ୍ରବାର ଯାଏ ସକାଳ ୬ଟାରୁ ଅପରାହ୍ନ ୪ଟା ଯାଏ ଲକ୍‌ଡାଉନ୍‌ କୋହଳ କରାଯାଇଛି। ଏ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ଦୋକାନବଜାର ଖୋଲା ରହିବ। ଅପରାହ୍ଣ ୪ଟା ଠାରୁ ତା’ପର ଦିନ ସକାଳ ୬ଟା ପର୍ଯ୍ୟନ୍ତ ଜିଲ୍ଲା ସମ୍ପୂର୍ଣ ସଟ୍‌ଡାଉନ୍‌ ରହିବ। ବ୍ରହ୍ମପୁର ମହାନଗରରେ ଚାରି ଦିନିଆ ସଟ୍‌ଡାଉଊନ୍‌ ପରେ ଜୁଲାଇ ପହିଲାରୁ ଏହାକୁ ପ୍ରତ୍ୟାହାର କରାଯାଇଛି। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।

ମତାମତ ଦିଅନ୍ତୁ ।