ଗଞ୍ଜାମ: ୨୪ ଘଣ୍ଟାରେ ୨ଟି ଏନକାଉଣ୍ଟର

ଭୁବନେଶ୍ଵର : ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ଦୁଇଟି ଏନକାଉଣ୍ଟର ହୋଇଛି। ଗଞ୍ଜାମ ବ୍ଲକର ପାଲୁର କୃଷ୍ଣପ୍ରସାଦ ରୋଡ୍‌ରେ ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରମୋଦ ବାରିକ ଆହତ ହୋଇଛି। ପ୍ରମୋଦର ଡାହାଣ ଗୋଡ଼ରେ ବାଜିଛି ଗୁଳି ବାଜିଛି। ତାକୁ ଏମକେସିଜି ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ରବିବାର ଭୋର ପ୍ରାୟ ୪ଟା ବେଳେ ପୋଲିସ ଏକ ମାମଲାରେ ପ୍ରମୋଦକୁ ଧରିବାକୁ ଯାଇଥିଲା। ପୋଲିସକୁ ଦେଖି ସେ ଆଗୁଆ ଗୁଳି ଚଳାଇବାରୁ ପୋଲିସ ପାଲଟା ବି ଏହାର ଜବାବ ଗୁଳିରେ ଦେଇଥିଲା। ଗୁଲିଟି ପ୍ରମୋଦ ଡାହାଣ ଗୋଡରେ ବାଜିବାରୁ ସେ ଆହତ ହୋଇଥିଲା। ତାକୁ ସଙ୍ଗେ ସଙ୍ଗେ ଗଞ୍ଜାମ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ପରେ  ବ୍ରହ୍ମପୁର ଏମ୍‌କେସିଜିକୁ ସ୍ଥାନାନ୍ତର କରାଯାଇଛି। ପ୍ରମୋଦ ନିକଟରୁ ମାଉଜର, ଗୁଳି ଓ ବାଇକ୍ ଜବତ ହୋଇଛି।  ଗତକାଲି ଗଞ୍ଜାମ ପୋଲିସ ଜୟଶ୍ରୀ କେମିକାଲ ରାସ୍ତାରେ ସୁଶାନ୍ତ ବେହେରା ଓରଫ୍‌ କୋକୋକୁ ଏନକାଉଣ୍ଟର କରିଥିଲା। ତେବେ ପ୍ରମୋଦ ସୁଶାନ୍ତ ବେହେରା ଓରଫ୍‌ କୋକୋର ସହଯୋଗୀ ବୋଲି ଜଣାପଡ଼ିଛି।

ମତାମତ ଦିଅନ୍ତୁ ।