ଗଣଦୁଷ୍କର୍ମ ଘଟଣାରେ ସରପଞ୍ଚ ସ୍ୱାମୀଙ୍କୁ ସମର୍ଥନ କରି ଥାନା ଘେରାଉ କଲେ ଗ୍ରାମବାସୀ

ରାଉରକେଲା : ଝିରପାଣି ଥାନାକୁ ଶତାଧିକ ଲୋକ ଶୁକ୍ରବାର ସଂଧ୍ୟାରେ ଘେରାଉ କରିଥିଲେ । ଗ୍ରାମବାସୀ ଗତ ଦୁଇଦିନ ପୂର୍ବେ ସରପଂଚ ପ୍ରଭା ଖାଲଖୋଙ୍କ ସ୍ୱାମୀ ଅଜୟ ଖାଲଖୋଙ୍କ ଉପରେ ଆସିଥିବା ଗଣଦୁଷ୍କର୍ମ ରାଜନୈତିକ ଅଭିସନ୍ଧି ରଖି ଷଡ଼ଯନ୍ତ୍ର କରାଯାଇଥିବାର ଅଭିଯୋଗ କରିଥିଲେ । ଅଭିଯୋଗକାରିଣୀ ମାନସିକ ସ୍ଥିତି ଠିକ ନ ଥିବା ସହ ଉକ୍ତ ଘଟଣାର ନିପେକ୍ଷ ତଦନ୍ତ ଦାବୀ କରି ଦୀର୍ଘ ସମୟ ପର‌୍ୟ୍ୟନ୍ତ ଥାନା ଘେରାଉ କରିଥିଲେ । ଦୀର୍ଘ ସମୟ ପର‌୍ୟ୍ୟନ୍ତ ସ୍ଥାନୀୟ ଲୋକ ଥାନା ଘେରାଉ କରିଥିବା ବେଳେ ଗ୍ରାମବାସୀ ଓ ପୁଲିସ ମଧ୍ୟରେ ଆଲୋଚନା କରାଯାଇଥିଲା । ଉକ୍ତ ଗ୍ରାମବାସୀଙ୍କ ଅନୁଯାୟୀ ଉକ୍ତ ଘଯଣରେ ଶ୍ରୀ ଖାଲଖୋଙ୍କ ସମ୍ପୃକ୍ତି ନାହିଁ ଓ ଏହାର ନିରପେକ୍ଷ ତଦନ୍ତ କରାଯାଉ । ଦୋଷୀକୁ ଗ୍ରାମରୁ ବାହାର କରାଯାଉ ବୋଲି କୁହାଯାଇଥିଲା । ପ୍ରତ୍ୟୁତ୍ତରରେ ଥାନାଧିକାରୀ ରାଇସନ ମୁର୍ମୁ ଲୋକଙ୍କୁ ବୁଝାଶୁଝା କରିଥିଲେ । ସୂଚନାଯୋଗ୍ୟ, ଝିରପାଣି ପଂଚାୟତ କାର‌୍ୟ୍ୟାଳୟରେ ଚାଉଳ ଦେବା ଆଳରେ ନିବବିବାହିତାଙ୍କୁ ସହ ସରପଂଚଙ୍କ ସ୍ୱାମୀ ଓ ତାଙ୍କ ବନ୍ଧୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ଲିଖିତ ଅଭିଯୋଗ ହୋଇଥିଲା । ଏ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ଦ୍ୱୟ ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକ ସରପଂଚଙ୍କ ସ୍ୱାମୀ ନିର୍ଦ୍ଦୋଷ
ବୋଲି ତା୍ଙ୍କ ସପକ୍ଷରେ ଆସିଥିବା କହିଥିଲେ ।

ମତାମତ ଦିଅନ୍ତୁ ।