ଗଣଶିକ୍ଷା ମନ୍ତ୍ରୀଙ୍କ କୋରାପୁଟ ଗସ୍ତ, ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଓ ପୂଜାରୀପୁଟ ୟୁପି ସ୍କୁଲ ଅଚାନକ ପରିଦର୍ଶନ

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କୋରାପୁଟ ଜିଲ୍ଲା ଗସ୍ତରେ ଯାଇ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଓ ପୂଜାରୀପୁଟ ୟୁ. ପି. ସ୍କୁଲ ଅଚାନକ ପରିଦର୍ଶନ କରିଛନ୍ତି। କୋରାପୁଟ ଜିଲ୍ଲା ସଦର ମହକୁମାସ୍ଥ ସଦ୍‌ଭାବନା ଗୃହଠାରେ ଅନୁଷ୍ଠିତ ମାଧ୍ୟମିକ ଶିକ୍ଷା ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ଦାଶ ଯୋଗଦେଇ ଶିକ୍ଷାର ସୁପରିଚାଳନା, ଧନ୍ଦାମୂଳକ ଶିକ୍ଷା, ଠିକ୍‌ ସମୟରେ ପରୀକ୍ଷା ଫଳ ପ୍ରକାଶନ ସଂପର୍କରେ ଉପସ୍ଥିତ ବିଭାଗୀୟ କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ। ଶିକ୍ଷକ ଶିକ୍ଷୟିତ୍ରୀମାନେ ଠିକ୍‌ ସମୟରେ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ ଦେଇଥିଲେ ନିର୍ଦ୍ଦେଶ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ, କୋରାପୁଟ
ବିଧାୟକ ରଘୁରାମ ପଡାଲ୍‌, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାରୁ, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗୋ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ପଟ୍ଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀଙ୍କ ସମେତ ଈଶ୍ୱର ପାଣିଗ୍ରାହୀ ଓ କୋରାପୁଟ ଜିଲ୍ଲାପାଳ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ମତାମତ ଦିଅନ୍ତୁ ।