ଗର୍ଭାବସ୍ଥାରେ କରନ୍ତୁ ଏହି ବ୍ୟାୟାମ… ଡେଲିଭରୀ ସମୟରେ କୌଣସି ଅସୁବିଧା ହେବନି

ଗର୍ଭାବସ୍ଥାରେ ମହିଳାମାନେ ଖୁବ୍‌ ଯତ୍ନଶୀଳ ହୋଇଥାଏ। ଏହି ସମୟରେ  ମହିଳାଙ୍କ ଠାରେ  ଅନେକ ପ୍ରକାରର ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଏହି ସମୟରେ ଶରୀରରେ ହାର୍ମୋନଲ ପରିବର୍ତ୍ତନ ସହ ଶାରୀରିକ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିଥାଏ । ଏହି ସମୟରେ ପାଦ ଫୁଲିବା ଭଳି ସମସ୍ୟା ଦେଖାଦିଏ । ପିଠିରେ ଯନ୍ତ୍ରଣା ହୁଏ। ଶରୀରର ଓଜନ ବଢ଼ିବା ସହ ଚାଲିବାରେ ସମସ୍ୟା ଉପୁଜେ। ଏହି ଲକ୍ଷଣକୁ ସଂପୂର୍ଣ୍ଣ ଭାବେ ଦୂର ତ କରିପାରିବାନି, କିନ୍ତୁ   ଏକ୍ସରସାଇଜ୍‌ ବା ବ୍ୟାୟାମ ଦ୍ୱାରା ଏହି ସମସ୍ୟାକୁ କମେଇ ପାରିବା । ଗର୍ଭାବସ୍ଥାର ପୂରା ୯ମାସ ସମୟରେ ଯଦି ଆପଣ ନିୟମିତ ରୂପରେ ବ୍ୟାୟାମ କରନ୍ତି ତେବେ ଆପଣଙ୍କ ସହ ଜନ୍ମ ନେଉଥିବା ପିଲା ପାଇଁ ମଧ୍ୟ ଏହା ଉପକାରୀ ସାବ୍ୟସ୍ତ ହୋଇପାରେ। ଆସନ୍ତୁ ତା’ହେଲେ ଜାଣିବା ଗର୍ଭାବସ୍ଥାରେ କେଉଁ ପ୍ରକାର ବ୍ୟାୟାମ କଲେ ଏହା ଉପକାରୀ ହୋଇପାରିବ:- 

ଯୋଗ – ଗର୍ଭାବସ୍ଥା ସମୟରେ ଯୋଗ କରିବା ଏକ ଭଲ ଅଭ୍ୟାସ । ଏହା ଦ୍ୱାରା ଆପଣଙ୍କୁ  ଶକ୍ତି ମିଳିଥାଏ ।  ଯୋଗରେ କାର୍ଡିୟୋ ଏକ୍ସରସାଇଜ୍‌ ହୋଇଥାଏ । ଯାହାଦ୍ୱାରା ଆପଣଙ୍କ ଶରୀରର ଫେକ୍ସିବିଲିଟ୍ ହୋଇଥାଏ ଏବଂ ଏହା ଡେଲିଭରୀ ସମୟରେ ହେଉଥିବା ଯନ୍ତ୍ରଣାକୁ ହ୍ରାସ କରିଥାଏ। ଭଲ କଥା ଏୟା ଯେ , ଗର୍ଭାବସ୍ଥାରେ ଯୋଗ କରିବା ପାଇଁ ଆପଣଙ୍କୁ ନିୟମିତ ରୂପରେ କୌଣସି ଇନ୍‌ଷ୍ଟ୍ରକ୍ଟରଙ୍କ ଆବଶ୍ୟକତା ନାହିଁ । ଗର୍ଭବତୀ ମହିଳା ସପ୍ତାହରେ  ଥରୁଟିଏ ୧୦ ମିନିଟ୍‌ ଯାଏ ଯୋଗ କରିବା ଉଚିତ୍‌ । 

ସ୍କ୍ୱାଟ୍‌ –  ସ୍କ୍ୱାଟ୍‌ କରିବା ଦ୍ୱାରା ଆପଣଙ୍କ ଶରୀରର ତଳ ଭାଗ ମଜୁବତ୍‌ ହୁଏ । ସ୍କ୍ୱାଟ୍‌ କଲେ ଗ୍ରୋଇନ୍‌ କ୍ଷେତ୍ର ଶକ୍ତ ହେବାରେ  ସାହାଯ୍ୟ  ମିଳିଥାଏ ଏବଂ  ଏହା ଡେଲିଭରୀରେ କଷ୍ଟକୁ କମ୍‌ କରିବାରେ ସାହାଯ୍ୟ କରେ। ଗର୍ଭବତୀ ମହିଳା  ୧୦-୧୫ ଥର  ସପ୍ତାହରେ  ପାଖାପାଖି ୩ ଦିନ କରିପାରିବେ । 

ସ୍ୱିମିଂ – ସ୍ୱିମିଂ କରିବା ଦ୍ୱାରା  ପୁରା ଶରୀରକୁ ଟୋନ୍‌ ହେବାରେ ସାହାଯ୍ୟ ମିଳେ  ଏବଂ ଏହା ଜଣେ ଗର୍ଭବତୀ ମହିଳା ପାଇଁ ମଧ୍ୟ ଉତ୍ତମ ଅଟେ ।  ବାସ୍ତବରେ କିଛି ପରମ୍ପରା ଅନୁସାରେ  ଜଣେ ଗର୍ଭବତୀ  ମହିଳାଙ୍କୁ ପାଣିରେ ଫ୍ଲୋଟ୍‌ ହେବାପାଇଁ କୁହାଯାଏ , କାରଣ  ଏଥିରେ ଶରୀରର  ଯନ୍ତ୍ରଣା କମ୍‌ ହୁଏ । ଗର୍ଭବତୀ ମହିଳା ସପ୍ତାହରେ ପାଖାପାଖି ୪ଥର ସ୍ୱିମିଂ କରିପାରିବେ। 

ଜଗିଂ – ଗର୍ଭାବସ୍ଥାର ପ୍ରଥମ ୩ ମାସ ଜଗିଂ ପାଇଁ ଭଲ ସମୟ ଅଟେ । ଗର୍ଭାବସ୍ଥା ବଢ଼ିବାରେ ଆପଣ ଜଗିଂ ବଦଳରେ ଜୋରରେ ୱାକ୍‌  ମଧ୍ୟ କରିପାରିବେ । ଗର୍ଭବତୀ ମହିଳାମାନେ ସପ୍ତାହରେ ୩ ଥର ଜଗିଂ କରିପାରିବେ ।

ମତାମତ ଦିଅନ୍ତୁ ।