ଗଲବାନ୍‌ରେ ମରିଛନ୍ତି ୧୦୦ ଚୀନ ସୈନିକ

ବେଜିଂ: ସତ ପଦାକୁ ଆସିଲା । ଗଲୱାନ ସଂଘର୍ଷରେ ଚୀନର କେତେ ସୈନ୍ୟ ମରିଛନ୍ତି ସେ ସମ୍ପର୍କରେ ସେଠାକାର କମ୍ୟୁନିଷ୍ଟ ସରକାର ପ୍ରଥମେ ଚୁପ୍ ରହିଥିଲେ । ଚୀନରେ ବିଭିନ୍ନ ମହଲରୁ ପ୍ରଶ୍ନ ଉଠିବା ପରେ ଜଣେ ସେନା ଅଧିକାରୀଙ୍କର ମୃତ୍ୟୁ ହୋଇଥିଲା ବୋଲି କୁହାଗଲା । ଏବେ ପ୍ରକୃତ ତଥ୍ୟ ପଦାକୁ ଆଣିଛନ୍ତି ଚୀନର ପୂର୍ବତନ ସେନାଧିକାରୀ ଜିଆନିଲ୍ ୟାଙ୍ଗ । ସୋସିଆଲ ମିଡିଆରେ ସେ ଦେଇଥିବା ତଥ୍ୟ ଅନୁଯାୟୀ ଗଲୱାନ ସଂଘର୍ଷରେ ୧୦୦ ଜଣ ଚୀନ ସୈନିକ ପ୍ରାଣହରାଇଛନ୍ତି । ଏହି ଘଟଣା ଜଣାପଡ଼ିବାପରେ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି ହୋଇଛି । ଆଉ ପ୍ରମାଣିତ ହୋଇଛି ଚୀନ କେବେ ସତ କୁହେନାହିଁ । ଅନୁରୂପ ଭାବେ କରୋନା ମୃତ୍ୟୁ ସଂଖ୍ୟା ଚୀନ ଲୁଚାଇଥିବା ଅନେକ ଦେଶ ଅଭିଯୋଗ କରିଥିଲେ।

ମତାମତ ଦିଅନ୍ତୁ ।