ଗହମ ଓ ଡାଲିର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ିଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଗହମ ୮୫ ଟଙ୍କା ଓ ଡାଲିର ମୂଲ୍ୟ (ଏମ୍‌ଏସ୍‌ପି) କ୍ୱିଣ୍ଟାଲ ପ୍ରତି ୩୨୫ ଟଙ୍କାକୁ ବୃଦ୍ଧି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଗହମର କ୍ୱିଣ୍ଟାଲ ପ୍ରତି ସର୍ବନିମ୍ନ ସହାୟକ ମୂଲ୍ୟ ପୂର୍ବରୁ ୧୮୪୦ ଥିବା ବେଳେ ଏବେ ଏହା ୧୯୨୫କୁ ବୃଦ୍ଧି ପାଇଛି। ସେହିପରି ଡାଲିର ସହାୟକ ମୂଲ୍ୟ ପୂର୍ବରୁ କ୍ୱିଣ୍ଟାଲ ପ୍ରତି ୪୪୭୫ ଟଙ୍କା ଥିବାବେଳେ ଏବେ ୪୮୦୦ ଟଙ୍କାକୁ ବୃଦ୍ଧି ପାଇଛି। କେନ୍ଦ୍ର ସରକାରଙ୍କ ଏହି ବର୍ଦ୍ଧିତ ସର୍ବନିମ୍ନ ସହାୟକ ମୂଲ୍ୟ ଚଳିତ ରବି ଋତୁରୁ କାର୍ଯ୍ୟକାରୀ ହେବ ଓ ସରକାର ଏହି ଦରରେ ଚାଷୀମାନଙ୍କ ଠାରୁ ଶସ୍ୟ କ୍ରୟ କରିବେ।

ମତାମତ ଦିଅନ୍ତୁ ।