ଗାଡ଼ି ଚଲାଇବାବେଳେ ଫୋନରେ କଥା ହେଲେ ରଦ୍ଦ ହେବ ଲାଇସେନ୍ସ

ନୂଆଦିଲ୍ଲୀ : ଲକ୍ଷ୍ନୈାରେ ଏବେ ଗାଡ଼ି ଚଲାଇବାବେଳେ ମୋବାଇଲରେ କଥା ହେବା ମହଙ୍ଗା ସାବ୍ୟସ୍ତ ହେବ। ଏପରି ଚାଳକଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ୩ମାସ ଯାଏଁ ନିଲମ୍ବିତ କରି ଦିଆଯିବ। ଏହା ପରେ ବି ନ ସୁଧୁରିଲେ ଏବଂ ୩ଥର ମୋବାଇଲରେ କଥା ହେବା ବେଳେ ଧରା ପଡ଼ିଲେ ଡିଏଲ୍ ଅଚଳ କରାଯିବ। ଏବେ ଚାଲାଣ ହେଲେ ୫୦୦ଟଙ୍କାର ଜୋରିମାନା ଦେବାକୁ ପଡ଼ିଥାଏ।

ପରିବହନ ଅଧିକାରୀଙ୍କ କହିବାନୁସାରେ କଡ଼ାକଡ଼ି ପରେ ମଧ୍ୟ ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେବା ଉପରେ କଟକଣା କରାଯାଇପାରୁନାହିଁ। ଏହା ଦ୍ବାରା ଦୁର୍ଘଟଣା ବଢ଼ୁଛି। ଏହାକୁ ରୋକାଯିବା ପାଇଁ ଏବେ ରାସ୍ତାରେ ମୁତୟନ ଥିବା ପୋଲିସ୍ ଲୋକଙ୍କ ଚାଲାଣ କରିବେ ଏବଂ ଏହା ସହ ଲୋକଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସର ବିବରଣୀ ଦାଖଲ କରିବାକୁ ପଡ଼ିବ। ଏହା ଦ୍ବାରା ତାଙ୍କୁ ନୋଟିସ୍ ପଠାଯାଇ ଡ୍ରାଇଭିଙ୍ଗ ଲାଇସେନ୍ସ ନିଲମ୍ବିତ କରାଯିବାର ସୂଚନା ପଠାଯିବ। ପୋଲିସକୁ ଡ୍ରାଇଭିଙ୍ଗ ଲାଇସେନ୍ସ ନ ଦେଖାଇଲେ ଏଥିପାଇଁ ଅଲଗା ଜୋରିମାନା ଆଦାୟ କରାଯିବ। ଯେଉଁ ଚାଳକମାନେ ୩ଥର ଏପରି ଘଟଣାରେ ଧରାପଡ଼ିଲେ ତାହେଲେ ତାଙ୍କର ଡ୍ରାଇଭିଙ୍ଗ ଲାଇସେନ୍ସ ଅକାମୀ କରି ଦିଆଯିବ। ମନକାମେଶ୍ବର ମନ୍ଦିର ରାସ୍ତାରେ ସ୍ଥିତ ପୋଲିସ୍ ବୁଥ୍ ନିକଟରେ ଗତ ମଙ୍ଗଳବାର ୪୫ବର୍ଷ ବୟସ୍କା ହୀରାବତୀଙ୍କୁ ଯେଉଁ ବସ୍ ଧକ୍କା ମାରିଥିଲା ସେହି ବସର ଡ୍ରାଇଭର ମଧ୍ୟ ଦୁର୍ଘଟଣା ସମୟରେ ମୋବାଇଲରେ କଥା କହୁଥିଲା। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ ଚାଳକ ବସ୍ ୟୁଟର୍ଣ୍ଣ କରିବାକୁ ମହିଳା ଜଣକ ବସର ଆଗ ଚକା ତଳେ ରହିଯାଇଥିଲେ। ଏହା ଦେଖି ଆଖପାଖର ଦୋକାନୀମାନେ ଚିତ୍କାର କରି କହିଥିଲେ କିନ୍ତୁ ମୋବାଇଲରେ କଥା ହେବାରେ ବ୍ୟସ୍ତ ଥିବା ବସ୍ ଚାଳକ କାହା ଚିତ୍କାର ଶୁଣିପାରିନଥିଲା।

ମତାମତ ଦିଅନ୍ତୁ ।