ଗାଡ଼ି ଚଳାଚଳ ଉପରେ କଟକଣା ଲଗାଇଲା ଗଞ୍ଜାମ ଜିଲ୍ଲା ପ୍ରଶାସନ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନର ଗାଡି ଚଳାଚଳ ଉପରେ ଲଗାଇଛି କଟକଣା। ଜୁଲାଇ ୩୧ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ଜିଲ୍ଲା ପ୍ରଶାସନ ସୂଚନା ଅନୁଯାୟୀ କେବଳ କୃଷି, ମାଲ ପରିବହନ ଓ ସ୍ୱାସ୍ଥ୍ୟ ସୁବିଧା ପାଇଁ ବ୍ୟବହୃତ ଗାଡ଼ିକୁ ଅନୁମତି ମିଳିବ। ଘରଠାରୁ ଏକ କିଲୋମିଟରରୁ ଅଧିକ ଦୂର ଯିବାକୁ ଲୋକମାନଙ୍କୁ ବାରଣ କରାଯାଇଥିବା ବେଳେ ବରିଷ୍ଠ ନାଗରିକମାନଙ୍କୁ ଘରେ ରହିବା ବାଧ୍ୟତାମୂଳକ କରାଯାଇଛି। ଏହାଛଡା ଦୁଇ ଚକିଆ ଗାଡ଼ି ଚାଳନା ପାଇଁ ଅନୁମତିପ୍ରାପ୍ତ ଆଇକାର୍ଡ ଜରୁରୀ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ମତାମତ ଦିଅନ୍ତୁ ।