ଗାନ୍ଧି ଜୟନ୍ତୀରୁ କର୍କଟ ରୋଗୀଙ୍କୁ ଉପଶମ ଚିକିତ୍ସା, କ୍ୟାପିଟାଲ ହସ୍ପିଟାଲ ସମେତ ୭ଟି ଜିଲ୍ଲାରେ ମିଳିବ ସୁବିଧା

ଭୁବନେଶ୍ୱର : ଆସନ୍ତା ଗାନ୍ଧି ଜୟନ୍ତୀରୁ କର୍କଟ ରୋଗୀମାନଙ୍କୁ ରାଜ୍ୟ ସରକାର ଜିଲ୍ଲାସ୍ତରରେ ଉପଶମ ଚିକିତ୍ସା ଯୋଗାଇଦେବେ। ପ୍ରଥମ ପର୍ଯ୍ୟାୟରେ କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ୭ଟି ଜିଲ୍ଲାରେ ଏହି ସେବା ଆରମ୍ଭ ହେବ। ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଯେଉଁ ରୋଗୀମାନେ କେମୋ ନେଉଛନ୍ତି ସେମାନଙ୍କୁ ରାଜ୍ୟ ସରକାର ଏହି ସେବା ଯୋଗାଇଦେବେ। ଜିଲ୍ଲାସ୍ତରୀୟ ହସ୍ପିଟାଲମାନଙ୍କରେ ସ୍ୱତନ୍ତ୍ର ଶଯ୍ୟା ସମେତ ଆବଶ୍ୟକୀୟ ଔଷଧ ଯୋଗାଇ ଦିଆଯିବ।

ପ୍ରଥମ ପର୍ଯ୍ୟାୟରେ କ୍ୟାପିଟାଲ ହସ୍ପିଟାଲ ସମେତ ବାଲେଶ୍ୱର, ବରଗଡ, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ନୟାଗଡ ଓ ସୁନ୍ଦରଗଡ ଜିଲ୍ଲା ଚିକିତ୍ସାଳୟରେ ଏହି ଉପଶମ ଚିକିତ୍ସା ସେବା ଉପଲବ୍ଧ କରାଯିବ। ଏହାର ସଫଳତା ଆଧାରରେ ୨୦୨୦-୨୧ ସୁଦ୍ଧାର ରାଜ୍ୟର ଅନ୍ୟ ହସ୍ପିଟାଲମାନଙ୍କରେ ସେବା ଉପଲବ୍ଧ କରାଯିବ। ଏବେ କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ୨୬ଟି ଜିଲ୍ଲାରେ କର୍କଟ ରୋଗୀଙ୍କୁ କେମୋଥେରାପୀ ଉପଲବ୍ଧ ହେଉଥିବା ବେଳେ ଖୁବ୍ ଶୀଘ୍ର କଟକ ସିଟି ହସ୍ପିଟାଲ, ପୁରୀ, ମାଲକାନଗିରି, ମୟୁରଭ଼ଞ୍ଜ, ଦେବଗଡ, ଅନୁଗୁଳ, ବୁର୍ଲାର ଭିମସାର ଓ ବ୍ରହ୍ମପୁରର ଏମକେସିଜିରେ ଏହା ଆରମ୍ଭ ହେବ।

ମତାମତ ଦିଅନ୍ତୁ ।