ଗାନ୍ଧି ପରିବାର ନାଁରେ ଥିବା ୩ ଟ୍ରଷ୍ଟର ତଦନ୍ତ ହେବ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଗାନ୍ଧି ପରିବାର ନାଁରେ ଥିବା ୩ଟି ଟ୍ରଷ୍ଟର ତଦନ୍ତ କରିବାକୁ ଘୋଷଣା କରିଛନ୍ତି। ରାଜୀବ ଗାନ୍ଧି ଫାଉଣ୍ଡେସନ, ରାଜୀବ ଗାନ୍ଧି ଚ୍ୟାରିଟେବୁଲ ଟ୍ରଷ୍ଟ ଓ ଇନ୍ଦିରା ଗାନ୍ଧି ମେମୋରିଆଲ ଟ୍ରଷ୍ଟ ଆୟକର ଫାଙ୍କିଥିବା ଅଭିଯୋଗ ରହିଛି। ଏହାଛଡା ବିଦେଶରୁ ପାଣ୍ଠି ସଂଗ୍ରହ ପାଇଁ ପ୍ରଦତ୍ତ ନିୟମ ଉଲ୍ଲଙ୍ଘନ ଅଭିଯୋଗ ଥିବାରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଘଟଣାର ତଦନ୍ତ ତ୍ୱରାନ୍ୱିତ ନିମନ୍ତେ ଇଣ୍ଟର ମିନିଷ୍ଟରିଆଲ କମିଟି ଗଠନ କରିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସ୍ୱତନ୍ତ୍ର ନିର୍ଦ୍ଦେଶକ ତଦନ୍ତ କମିଟିର ମୁଖ୍ୟ ରହିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ମତାମତ ଦିଅନ୍ତୁ ।