ଗାଡ଼ିର ପ୍ରଦୂଷଣ ତନଖି ମାସେ ପର୍ଯ୍ୟନ୍ତ କୋହଳ

ଭୁବନେଶ୍ଵର : କୋହଳ ହେଲା ପ୍ରଦୂଷଣ ପ୍ରମାଣପତ୍ର ନିୟମ। ଗୋଟିଏ ମାସ ପର୍ଯ୍ୟନ୍ତ ପ୍ରଦୂଷଣ ପ୍ରମାଣପତ୍ର ପାଇଁ ଗାଡି ଚାଳକଙ୍କୁ ଜରିମାନା ଦେବାକୁ ପଡିବନି। ପରିବହନ ସଚିବ ଜି ଶ୍ରୀନିବାସନ ଆଜି ଏହି ସୂଚନା ଦେଇଛନ୍ତି। ତେବେ ମାସକ ମଧ୍ୟରେ ପ୍ରଦୂଷଣ ସାର୍ଟିଫିକେଟ କରିନଥିବା ଗାଡ଼ି ଚାଳକଙ୍କୁ ତଣ୍ଡ ଗଣିବାକୁ ପଡିବ।

ଗାଡ଼ି ଚେକିଂ ସମୟରେ ପ୍ରଦୂଷଣ ପ୍ରମାଣପତ୍ର ନଥିବା ଗାଡିକୁ ମାଲିକଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି। ଏହି ନିୟମ ପାଇଁ ୧୦ ହଜାର ଟଙ୍କାର ଜରିମାନା ଆଦାୟ କରାଯାଉଥିବାରୁ ଗାଡି ଚାଳକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି। ସେଥିପାଇଁ ପ୍ରଦୂଷଣ ପ୍ରମାଣପତ୍ର ପାଇଁ ଗାଡି ଚାଳକଙ୍କୁ ଦିନ ଦିନ ଲାଇନରେ ଛିଡା ହେବାକୁ ପଡୁଛି। କିନ୍ତୁ ଏବେ ସେମାନଙ୍କୁ ଗୋଟିଏ ମାସ ସମୟ ମିଳିଛି।

ଭୁବନେଶ୍ୱର ଆରଟିଓ-୧ ଅଞ୍ଚଳରେ ୨୧ ଜଣଙ୍କୁ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ପ୍ରଦାନ କରିବାକୁ ସ୍ୱୀକୃତି ଦିଆଯାଇଥିବା ବେଳେ ମାତ୍ର ୬ ଜଣ ଯୋଗ୍ୟ ରହିଛନ୍ତି, ଯେଉଁଥିରୁ ଭୁବନେଶ୍ୱରରେ ୪ଟି ଥିବା ବେଳେ ଖୋର୍ଦ୍ଧାରେ ୨ଟି ରହିଛି। ସେହିଭଳି ଆରଟିଓ-୨ ଅଧିନରେ ୩୨ଜଣ ସ୍ୱୀକୃତି ପାଇଥିବା ବେଳେ ୭ ଜଣ ଯୋଗ୍ୟ ରହିଛନ୍ତି।

ମତାମତ ଦିଅନ୍ତୁ ।