ଗାଡ଼ି ଦୁର୍ଘଟଣାରେ ରାୟଗଡ଼ା ବିଡିଓ ଆହତ

ଭୁବନେଶ୍ଵର : ଗାଡ଼ି ଓଲଟିବାରୁ ରାୟଗଡ଼ା ବିଡିଓ ରାଜେନ୍ଦ୍ର ମାଝୀଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ ବୁଧବାର ବିଡିଓ ଶ୍ରୀ ମାଝୀ ଡେରେକାପାଡୁ ଠାରୁ ଫେରୁଥିବା ବେଳେ ଗାଡି ଭାରସାମ୍ୟ ହରାଇ ଓଲିଟି ପଡ଼ିଥିଲା। ଆଳୁବାଡି ଗାଁ ନିକଟରେ ଏକ ବୁଲାଣିରେ ଘଟିଥିଲା ଏହି ଦୁର୍ଘଟଣା। ଫଳରେ ବିଡିଓଙ୍କ ଆମେତ ଏବିଡିଓ ନୃସିଂହ ଚରଣ ପଟ୍ଟନାୟକ ଓ ଭିଏଲ୍‌ଡବ୍ଲ୍ୟୁ ଅଜିତ ହୋତା ଆହତ ଥିଲେ।

ମତାମତ ଦିଅନ୍ତୁ ।