ଗିରଫ ହେଲେ ଝାରସୁଗୁଡା ନେତା ଶମ୍ଭୁ ମହାନ୍ତି

ଭୁବନେଶ୍ଵର : କର୍ତ୍ତବ୍ୟରତ ପୋଲିସ୍‌କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଝାରସୁଗୁଡା ବିଜେଡି ଉପସଭାପତି ଶମ୍ଭୁ ମହାନ୍ତି ଗିରଫ ହୋଇଛନ୍ତି। ଗତକାଲି ରାତିରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ନିଜ ଗାଡ଼ିରେ ଯାଉଥିବା ବେଳେ ସିଟ୍‌ ବେଲ୍‌ଟ୍‌ ବାନ୍ଧି ନଥିଲେ। ବେଲ୍‌ପାହାଡ଼ ଫାଟକ ନିକଟରେ କାର୍ଯ୍ୟରତ ବେଲପାହାଡ଼ ଥାନାର ଏଏସ୍ଆଇ ଅର୍ଜୁନ ଓରାମ ଓ ଜଣେ କନଷ୍ଟେବଲ ବିଧାୟକଙ୍କ ଗାଡ଼ିକୁ ଅଟକାଇ ସିଟ୍‌ ବେଲ୍‌ଟ କାହିଁକି ବାନ୍ଧିନ ବୋଲି ପଚାରିଥିଲେ। ବିଧାୟକଜଣକ ନିଜର ପରିଚୟ ଦେବା ପରେ ପୋଲିସ ତାଙ୍କୁ ଛାଡ଼ି ଦେଇଥିଲା।

ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଝାରସୁଗୁଡ଼ା ବିଜେଡି ଜିଲ୍ଲା ଉପ-ସଭାପତି ଶମ୍ଭୁ ମହାନ୍ତି ପୋଲିସ୍‌ର ଏପରି କାର୍ଯ୍ୟକୁ ବିରୋଧ କରିବ ସହ ଅଭଦ୍ର ଭାଷାରେ ଗାଳି ଦେଇଥିଲେ। ଏହି ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଶମ୍ଭୁ ମହାନ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଝାରସୁଗୁଡା ଏସ୍‌ପି ଅଶ୍ୱିନୀ କୁମାର ସୂଚନା ଦେଇଛନ୍ତି।

ମତାମତ ଦିଅନ୍ତୁ ।