ଗୁଜରାଟରେ ପଶିବାକୁ ଚେଷ୍ଟା କରୁଛନ୍ତି ପାକ୍ ଆତଙ୍କବାଦୀ ଓ କମାଣ୍ଡୋ

ନୂଆଦିଲ୍ଲୀ: ପାକିସ୍ତାନରେ ତାଲିମପ୍ରାପ୍ତ କମାଣ୍ଡୋ ଓ ଆତଙ୍କବାଦୀମାନେ ଡିଙ୍ଗି ଯୋଗେ କଚ୍‌ ଉପସାଗର ଏବଂ ସାର୍‌ କ୍ରିକ୍‌ ଅଞ୍ଚଳକୁ ପ୍ରବେଶ କରିବାକୁ ଚେଷ୍ଟା ଚଳାଇଛନ୍ତି। ଏପରି ଗୁଇନ୍ଦା ଖବର ମିଳିବା ପରେ ଗୁଜରାଟ ସୀମାରେ ସୀମା ସୁରକ୍ଷା ବଳ ଓ ତଟରକ୍ଷୀମାନଙ୍କୁ ହାଇ ଆଲର୍ଟରେ ରଖାଯାଇଛି। ସୂଚନା ଅନୁଯାୟୀ ଆତଙ୍କବାଦୀମାନେ ଜଳ ପଥରେ ଆସି ଗୁଜରାଟ ଓ ଅନ୍ୟ ବନ୍ଦର ସମେତ ଜାହାଜଗୁଡ଼ିକ ଉପରେ ଆକ୍ରମଣ କରିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି କଚ୍‌ ଉପକୂଳରେ ଥିବା କେତେକ ବନ୍ଦରରେ ଚେତାବନୀ ଜାରି କରାଯାଇଛି। ଘରୋଇ ବନ୍ଦର ଚଳାଉଥିବା ଆଦାନି ଗ୍ରୁପ୍‌ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଥିବା ବେଳେ ବନ୍ଦର ଓ ସମୁଦ୍ର ତଟରେସିକ୍ୟୁରିଟି ଲେବଲ୍‌-୧ଜାରି କରାଯାଇଛି ବୋଲି ସେମାନେ କହିଛନ୍ତି।

ମତାମତ ଦିଅନ୍ତୁ ।