ଗୁଜରାଟ ସୀମାଦେଇ ଭାରତକୁ ପଶିପାରନ୍ତି ଆତଙ୍କବାଦୀ-ଗୁଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ: ଗୁଜରାଟ କଛ ଅଞ୍ଚଳର ଭାରତ-ପାକିସ୍ତାନ ସୀମା ବାଟଦେଇ ଆତଙ୍କବାଦୀମାନେ ଭାରତରେ ପଶିବାକୁ ଉଦ୍ୟମ କରି ପାରନ୍ତି। ଗୁଇନ୍ଦା ବ୍ୟୁରୋ ଏହି ସୂଚନା ଦେଇ ଗୁଜରାଟ ପୋଲିସକୁ ସତର୍କ କରାଇଛି। ଏହାକୁ ଦୃଷ୍ଟିରେ ରଖି ନିଆଯାଇଛି ବ୍ୟାପକ ପଦକ୍ଷେପ। ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିବା ନିମନ୍ତେ ସମ୍ପୃକ୍ତ ଅଞ୍ଚଳରେ ସାମୁଦ୍ରିକ ଓ ସୀମାନ୍ତ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି।

କେବଳ ସେତିକି ନୁହେଁ ବିପଦ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର ଗ୍ରାମବାସୀଓ ମତ୍ସ୍ୟଜୀବୀଙ୍କୁ ଅବଗତ କରାଇ ଦିଆଯାଇଛି। କୌଣସି ସନ୍ଦିଗ୍ଧ କାର୍ଯ୍ୟକଳାପ ବା ବ୍ୟକ୍ତିଙ୍କ ବିଷୟରେ ତୁରନ୍ତ ସରକାରୀ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବାକୁ କୁହାଯାଇଛି ବୋଲି ପୂର୍ବ କଚ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ପରୀକ୍ଷିତ ରାଠୋର ସୂଚନା ଦେଇଛନ୍ତି।

ମତାମତ ଦିଅନ୍ତୁ ।