ଗୁଜୁରାଟ: ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାରେ ୨୦ ମୃତ

ନୂଆଦିଲ୍ଲୀ : ଗୁଜୁରାଟ ଦନ୍ତା ରୋଡରେ ଆଜି ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସଟି ବନସକାଣ୍ଠା ଅମ୍ବାଜୀ ନିକଟସ୍ଥ ତ୍ରିଶୁଳିଆ ଘାଟରେ ଓଲଟିପଡିବାରୁ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଏ ଖବର ଜାଣିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଟ୍ୱିଟ୍ କରି ମୃତଯାତ୍ରୀଙ୍କ ପରିବାର ଉଦ୍ଦେଶ୍ୟରେ ସମବେଦନା ଜ୍ଞାପନ କରିଛନ୍ତି।

ଖବର ଅନୁଯାୟୀ ତୀର୍ଥଯାତ୍ରାରେ ବାହାରିଥିବା ଲୋକେମାନେ ଆଣନ୍ଦ, ନଡିୟାଦ ଓ ବୋରସଦର ବାସିନ୍ଦା। ଅମ୍ବାଜୀଙ୍କ ମନ୍ଦିରରୁ ଦର୍ଶନ ସାରି ତୀର୍ଥଯାତ୍ରୀମାନେ ଫେରିବା ସମୟରେ ଘରୋଇ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ପ୍ରାୟ ୬୫ ଜଣ ତୀର୍ଥଯାତ୍ରୀ ଥିଲେ।

ମତାମତ ଦିଅନ୍ତୁ ।