ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା, ୪ ଗିରଫ

ଭୁବନେଶ୍ଵର : ଗୁଣିଗାରେଡ଼ି ସନ୍ଦେହରେ ପାଟଣାଗଡ଼ ବ୍ଲକ୍ ଲରମ୍ଭା ଥାନା ଅନ୍ତର୍ଗତ ଚିଟକାମାଲ୍‌ ଗାଁର ଏକ ଦମ୍ପତିଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାରେ ଚାରି ଜଣଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଜଣ ନାରାୟଣ ବରିହା, ସ୍ୱରୁପ ଘିଭେଲା, ଗୌରାଙ୍ଗ ପୋଢ଼ ଓ କୃଷନ ବରିହା। ଆହୁରି କିଛି ଲୋକଙ୍କର ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଥିବାରୁ ସେମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ବଲାଙ୍ଗିର ଏସପି ସୂଚନା ଦେଇଛନ୍ତି।

ମତାମତ ଦିଅନ୍ତୁ ।