ଗେଷ୍ଟ ହାଉସରେ ମହିଳା ଭିଏଲଡବ୍ଲୁଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ଵର : ଧର୍ମଶାଳା ବ୍ଲକ୍‌ର ହରିଦାସପୁର ପଞ୍ଚାୟତ ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ୱାମୀ ରୁପେଶ ଭଦ୍ରଙ୍କ ଗେଷ୍ଟ ହାଉସ୍‌ରେ ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ଅସ୍ୱଭାବିକ ମୃତ୍ୟୁ ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ସ୍ମିତାରାଣୀଙ୍କ ଶବକୁ ଧର୍ମଶାଳା ମେଡିକାଲରୁ ମାଜିଷ୍ଟେଟଙ୍କ ଉପସ୍ଥିତିରେ ପୋଲିସ ଜବତ କରିଛି।

ସୂଚନାଯୋଗ୍ୟ, ଆଜି ଭତ୍ତା ବଣ୍ଟନ ପାଇଁ ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳ ହରିଦାସପୁର ପଞ୍ଚାୟତର ଭଡଙ୍ଗା (ଚାରିବାଟିଆ)କୁ ଯାଇଥିଲେ। ସେଠାରୁ ମଧ୍ୟାହ୍ନରେ ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ୱାମୀ ରୁପେଶ ଭଦ୍ର ଓ ତାଙ୍କ ସାଙ୍ଗମାନେ ଥିବା ଗାଡ଼ିରେ ଗେଷ୍ଟହାଉସ (ବାଲିଗରି)କୁ ଭିଏଲଡବ୍ଲୁ ସ୍ମିତାରାଣୀ ଆସିଥିଲେ। ଭଦ୍ର ଓ ତାଙ୍କ ସାଙ୍ଗସାଥୀଙ୍କ ପାଇଁ ସେଠାରେ ଭୋଜିଭାତର ଆୟୋଜନ ହୋଇଥିଲା। ମାତ୍ର ଭିଏଲଡବ୍ଲୁ ସ୍ମିତାରାଣୀ ଧୋଇହେବା ପାଇଁ ଗେଷ୍ଟହାଉସ୍‌ ଉପର ମହଲାକୁ ଯାଇଥିଲେ। ସେଠାରେ ଓଢ଼ଣି ଫ୍ୟାନ୍‌ରେ ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ସରପଞ୍ଚ ସ୍ୱାମୀ ଭଦ୍ର କହୁଥିବା ବେଳେ ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ମତାମତ ଦିଅନ୍ତୁ ।