ଗୋଟିଏ ଫାଇନର ବ୍ୟବସ୍ଥା କରିବାକୁ ଯୋଜନା

ଭୁବନେଶ୍ଵର : ନୂଆ ସଂଶୋଧିତ ମୋଟର ଯାନ ଆଇନକୁ କୋହଳ କରିବାକୁ ରାଜ୍ୟ ପରିବହନ ବିଭାଗ ଯୋଜନା କରୁଛି। ଅନେକ ବଦଳରେ ଗୋଟିଏ ଫାଇନ ଆଦାୟ କରାଯିବ।

ଚଳିତ ମାସ ୧ ତାରିଖରୁ ନୂଆ ନିୟମ ଲାଗୁ ହେବାପରେ ସାରା ଦେଶ ତଥା ରାଜ୍ୟରେ ହଜାର ହଜାର ଟଙ୍କା ଜରିମାନା ଆଦାୟ ହେଲାଣି। ଲୋକେ ଘରୁ ବାହାରିବା ମାତ୍ରେ ଟଙ୍କା ଗଣିବାକୁ ପଡ଼ୁଛି। ଫଳରେ ବଢୁଛି ଅସନ୍ତୋଷ। ନୂଆ ନିୟମ ଅନୁଯାୟୀ ବିଭିନ୍ନ ପ୍ରକାର ଜରିମାନା ଲଗାଯାଇ ଚାଲାଣ କଟାଯାଉଛି। ସାଧାରଣ ନିୟମ ଖିଲାପ କଲେ, ମଦ ପିଇ ଗାଡ଼ି ଚଳାଇଲେ, ରେଜିଷ୍ଟ୍ରେସନ୍ ନଥାଇ ଗାଡ଼ି ଚଳାଇଲେ, ଦ୍ରୁତ ଗତିରେ ତଥା ବିପଜ୍ଜନକ ଭାବେ ଗାଡ଼ିଚାଳନା, ନାବାଳକ ଗାଡ଼ି ଚଳାଇଲେ, ପ୍ରଦୂଷଣ ନିୟମ ଖିଲାପ କଲେ ଜରିମାନା ଆଦାୟ ହେଉଛି। ଲୋକଙ୍କ ଅସୁବିଧା ଦୃଷ୍ଟିରୁ ନିୟମକୁ କୋହଳ କରି କେବଳ ଗୋଟିଏ ନିୟମ ଆଣିବା ପାଇଁ ଯୋଜନା ଚାଲିଛି।

ମତାମତ ଦିଅନ୍ତୁ ।