ଗୋଲଡେନ୍ ବାବାଙ୍କ ନିଧନ

ନୂଆଦିଲ୍ଲୀ: ୨୦ କିଲୋ ସ୍ୱର୍ଣ୍ଣ ଆଭୁଷଣ ସହ ୨୧ ଦାମୀ କାର୍‌ରେ କାଉଡ଼ିଯାତ୍ରାରେ ଯାଇ ପୂରା ଦେଶରେ ପ୍ରସିଦ୍ଧ ହୋଇଯାଇଥିବା ଗୋଲଡେନ ବାବା ଓରଫ ସୁଧୀର କୁମାର ମକ୍କଡଙ୍କର ଆଜି ମୃତ୍ୟୁ ଘଟିଛି । ସେ ଗତ କିଛିଦିନ ଧରି ଅସୁସ୍ଥ ଥିବାରୁ ଦିଲ୍ଲୀ ଏମ୍ସରେ ଆଡମିଟ୍ ହୋଇଥିଲେ । ସେ ପୂର୍ବ ଦିଲ୍ଲୀର ଗାନ୍ଧୀନଗର ଅଂଚଳରେ ରହୁଥିଲେ । ଗୋଲଡେନ ବାବା ହରିଦ୍ୱାରର ଅନେକ ଆଖଡ଼ା ସହ ଜଡ଼ିତ ଥିଲେ । ବାବା ହେବା ପୂର୍ବରୁ ସେ କପଡ଼ା ଓ ଗାର୍ମେଂଟ ବ୍ୟବସାୟ କରୁଥିଲେ ।

ମତାମତ ଦିଅନ୍ତୁ ।