ଗୋଳାବନ୍ଧ ଆର୍ମି ଏୟାର୍‌ ଡିଫେନ୍ସ ସେଣ୍ଟରକୁ ମିଳିଲା ପ୍ରେସିଡେଣ୍ଟ କଲର୍ସ ଆୱାର୍ଡ

ଭୁବନେଶ୍ଵର : ଗଞ୍ଜାମ ଜିଲ୍ଲା ଗୋପାଳପୁର ଆର୍ମି ଏୟାର୍‌ ଡିଫେନ୍ସ ସେଣ୍ଟରକୁ ମିଳିଲା ସମ୍ମାନଜନକ ପ୍ରେସିଡେଣ୍ଟ କଲର୍ସ ଆୱାର୍ଡ। ଏୟାର୍‌ ଡିଫେନ୍ସ ସେଣ୍ଟର ପରିସରରେ ଶନିବାର ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଏହି ସର୍ବୋଚ୍ଚ ସାମରିକ ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପ୍ରେସିଡେଣ୍ଟ କଲର୍ସ ଆୱାର୍ଡ ହେଉଛି ସଶସ୍ତ୍ର ସେନା ପାଇଁ ସର୍ବୋଚ୍ଚ ସାମରିକ ସମ୍ମାନ। ଉଭୟ ଶାନ୍ତି ଓ ସଂଘର୍ଷ ସମୟରେ ସେନାର ପ୍ରଦର୍ଶନକୁ ଭିତ୍ତିକରି ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।

ଶନିବାର ହୋଇଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଏୟାର୍‌ ଡିଫେନ୍ସ ପକ୍ଷରୁ ଚିତ୍ତାକର୍ଷକ ପରେଡ୍ ପ୍ରଦର୍ଶନ କରାଯାଇଥିଲା। ମିଳିତ ପରେଡରେ ରାଷ୍ଟ୍ରପତି ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି ଭାରତୀୟ ସେନାଙ୍କ କାର୍ଯ୍ୟଧାରା ପ୍ରଶଂସା କହିଥିଲେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ଥଳସେନା ମୁଖ୍ୟ ବିପିନ ରାଓ୍ୱତ୍ ପ୍ରମୁଖ ଉପସ୍ଥିତ ଥିଲେ। ଏୟାର୍‌ ଡିଫେନ୍ସକୁ ଏ ପର୍ଯ୍ୟନ୍ତ ୨ଟି ଅଶୋକ ଚକ୍ର, ୨ଟି କୀର୍ତ୍ତି ଚକ୍ର, ୨୦ଟି ବୀର ଚକ୍ର, ୯ଟି ସୌର୍ଯ୍ୟ ଚକ୍ରଓ ୧୧୩ଟି ସେନା ପଦକ ମିଳିସାରିଛି।

ମତାମତ ଦିଅନ୍ତୁ ।