ଗ୍ୟାସ୍ ସିଲିଣ୍ଡର ଦର ବଢିଲା

ନୂଆଦିଲ୍ଲୀ : ଦେଶରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବଢି ଚାଲିଛି। ଏହି ସମୟରେ ମହଙ୍ଗା ରନ୍ଧନ ଗ୍ୟାସ। ଅଏଲ ମାର୍କେଟିଂ କମ୍ପାନୀମାନଙ୍କ ପକ୍ଷରୁ ବିନା ସବ୍‌ସିଡି ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ ବୃଦ୍ଧି କରାଯାଇଛି। ଆଜିଠାରୁ ୧୯ କିଲୋଗ୍ରାମ ସିଲିଣ୍ଡରର ଦାମ୍‌ ହ୍ରାସ ପାଇଥିବା ବେଳେ ୧୪.୦୨ କିଲୋଗ୍ରାମ ବିନା ସବ୍‌ସିଡ୍‌ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ବୃଦ୍ଧି ପାଇଛି।

ଆଇଓସିଏଲ୍‌ ଓ୍ୱେବସାଇଟ୍‌ ତଥ୍ୟ ଅନୁଯାୟୀ ଦିଲ୍ଲୀରେ ୧୪.୦୨ କିଲୋଗ୍ରାମ ନନ୍‌ ସବ୍‌ସିଡି ଏଲପିଜି ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ ଏକ ଟଙ୍କା ବଢିଛି। କୋଲକାତାରେ ଏହା ୪ ଟଙ୍କା ମହଙ୍ଗା ହୋଇଥିବା ବେଳେ ମୁମ୍ବାଇରେ ୩.୫୦ଟଙ୍କା ଓ ଚେନ୍ନାଇରେ ୪ଟଙ୍କା ବଢିଛି। ଦାମ୍‌ ବୃଦ୍ଧି ପରେ ନନ୍‌ ସବ୍‌ସିଡି ଗ୍ୟାସ୍‌ ସିଲିଣ୍ଡର ମୂଲ୍ୟ ଦିଲ୍ଲୀ ହୋଇଛି ୫୯୪ ଟଙ୍କା। କୋଲକାତାରେ ଏହି ଦର ୬୨୦.୫୦ଟଙ୍କା ହୋଇଥିବା ବେଳେ ମୁମ୍ବାଇରେ ୫୯୪ଟଙ୍କା ଓ ଚେନ୍ନାଇରେ ୬୧୦.୫୦ ଟଙ୍କା ହୋଇଛି।ସେହିପରି ୧୯ କିଲୋଗ୍ରାମ ସିଲିଣ୍ଡର ଦାମ୍‌ ଦିଲ୍ଲୀରେ ୪ଟଙ୍କା ଶସ୍ତା ହୋଇଛି। ଏବେ ଏହାର ମୂଲ୍ୟ ରହିଛି ୧୧୩୫.୫୦। କୋଲକାତାରେ ୧୧୯୭.୫୦ ଟଙ୍କା, ମୁମ୍ବାଇରେ ୧୦୬୦.୫୦ଟଙ୍କା ଓ ଚେନ୍ନାଇରେ ମୂଲ୍ୟ ୧୨୫୫ ଟଙ୍କା ରହିଛି।

ମତାମତ ଦିଅନ୍ତୁ ।