ଘରକୁ ଆଣନ୍ତୁ ଏହିସବୁ ସ୍ମାର୍ଟ ଉପକରଣ, କାମକୁ କରିବ ସହଜ

ବୈଶ୍ୱିକ ମହାମାରୀ କରୋନା ଯୋଗୁଁ ଆମ ଜୀବନ ଧାରଣ ପଦ୍ଧତିରେ ଅନେକ ପରିବର୍ତନ ଘଟିଛି । ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ଯୋଗୁଁ ଅନେକ ଲୋକ ୱାର୍କ ଫ୍ରମ୍ ହୋମ କରିବାକୁ ବାଧ୍ୟ ହେଉଛନ୍ତି । ଏହା ସହ ଘରେ ରହି ଅଫିସ କାମ କରିବା ସହ ପରିବାର ଓ କାମ ମଧ୍ୟରେ ସନ୍ତୁଳନ ରକ୍ଷାକରିବା ମଧ୍ୟ ଏକ ଚ୍ୟାଲେଞ୍ଜ ହୋଇଛି । ଘରେ କାମକରୁଥିବା ଲୋକମାନେ କାମ ଛାଡ଼ିଦେବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ସେଥିପାଇଁ ନିଜେ ବା ମେସିନ ମାଧ୍ୟରେ କିପରି ବେସି କାମ ହୋଇପାରିବ ସେନେଇ ପରୀକ୍ଷା ନୀରିକ୍ଷା ଚାଲିଛି । ଏହି କ୍ରମରେ କେତେକ ଜିନିଷ ଯାହା ଆପଣଙ୍କୁ ଘର କାମରେ ସହଯୋଗ କରିବା ସହ ଚାପ ମୁକ୍ତ ରଖିବାରେ ସାହାଯ୍ୟ କରିବ । ଯଥାଶୀଘ୍ର ଏଗୁଡ଼ିକୁ ସଂଗ୍ରହ କରନ୍ତୁ ।


ରବୋଟ ଭାକ୍ୟୁମ କ୍ଲିନର
ସୂଚନା ଓ ପ୍ରଯୁକ୍ତି ବିଦ୍ୟାରେ ଉନ୍ନତି ଘଟିବା ସହ ବିଜ୍ଞାନର ମଧ୍ୟ ଅନେକ ଅଗ୍ରଗତି ଘଟିଛି । ପୂର୍ବରୁ ବଡ଼ ଓ ତେଢ଼ାମେଢ଼ା ହ୍ୟାଣ୍ଡେଲ ବିଶିଷ୍ଟ ଭାକ୍ୟୁମ୍ କ୍ଲିନରରେ ଘର ସଫା କରିବାବେଳେ ଏହାକୁ ଠେଲିବା, ଟାଣିବା ଓ ଖୋଲିବାକୁ ପଡ଼ୁଥିଲା । ମାତ୍ର ଏବେ ନୂଆ ରବୋଟିକ୍ ଭାକ୍ୟୁମ୍ କ୍ଲିନର ଦ୍ୱାରା ଟାଇଲ, କାରପେଟ, କାଠ ଓ ଫ୍ଲୋର ଇତ୍ୟାଦି ସହଜରେ ସଫା କରାଯାଇପାରିବ । ଏଥିରେ ଥିବା ନ୍ୟାଭିଗେସନ ସେନସର୍ ସାହାଯ୍ୟରେ ପାଣି ଟାଙ୍କି, ଇଣ୍ଡକସନ୍ ଅପରିଷ୍କାର ଥିଲେ ଖୋଜି ଖୋଜି ଏହାକୁ ସଫା କରିଦେବ । ଏହାକୁ ଚଲାଇବା ଲାଗି ଏକ ମୋବାଇଲ୍ ଆପ ଅଛି ଯାହା ଦ୍ୱାରା ଆପଣ ଏହାକୁ ସଂଚାଳନ କରିପାରିବେ । ଏହି ଛୋଟ ରବୋଟ ଆପଣଙ୍କୁ ଘର କାମରେ ସହଯୋଗ କରିବ ।


ଡିସ୍ ୱାସର
ଖାଦ୍ୟ ଖାଇସାରିବା ପରେ ବାସନ ଧୋଇବା ଏକ ପ୍ରମୁଖ ସମସ୍ୟା ହୋଇଥାଏ । ବାସନ ଗୁଡ଼ିକ ଠିକ୍‌ରେ ନ ଧୋଇଲେ ଏସବୁ ଖରାପ ହୋଇଯିବାର ମଧ୍ୟ ସମ୍ଭାବନା ରହିଛି । ଯଦି ପରିବାର ବଡ଼ ହୋଇଥାଏ ତାହାଲେ ଅନେକ ବାସନ ଧୋଇବା ମୁଣ୍ଡ ବ୍ୟଥାର କାରଣ ପାଲଟିଥାଏ । ମାତ୍ର ଏପରି ସ୍ଥିତିଲାଗି ଏବେ ମାର୍କେଟକୁ ଆସିଛି ଡିସ୍ ୱାସର୍ । ଆଜିକାଲି ବଜାରକୁ ଆସୁଥିବା ସ୍ମାର୍ଟ ଡିସ୍‌ୱାସର କମ୍ ବିଜୁଳି ଓ କମ୍ ପାଣି ଖର୍ଚ୍ଚ କରିଥାଏ । ତେଣୁ ଘରକୁ ଶୀଘ୍ର ଏକ ଡିସ୍‌ୱାସର ଆଣନ୍ତୁ ଓ ପ୍ରତିଦିନ ହାତରେ ବାସନ ଧୋଇବାର ଚିନ୍ତାରୁ ମୁକ୍ତି ପାଆନ୍ତୁ ।


ଏଚ୍‌ଡି ସ୍ମାର୍ଟ ଟିଭି ଓ ହୋମ ଥିଏଟର୍
କରୋନ ସଂକ୍ରମଣ ରୋକିବାକୁ ସରକାର ସାମାଜିକ ଦୂରତା ସହ ଲକ୍‌ଡାଉନ୍ ଘୋଷଣା କରିଛନ୍ତି । ଫଳରେ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଛି ମନୋରଞ୍ଜନ ଶିଳ୍ପ । ୩ମାସରୁ ଊର୍ଦ୍ଧ୍ୱ ଧରି ସିନେମା ହଲ୍ ଗୁଡ଼ିକ ବନ୍ଦ ଥିବାରୁ ଲୋକମାନେ ଘରେ ରହି ଟିଭି ଦେଖିବାକୁ ବାଧ୍ୟ ହେଉଛନ୍ତି । ତେବେ ଘରେ ରହି ମୁଭି ଦେଖୁଥିଲେ ଆପଣଙ୍କୁ ବର୍ତମାନ ବଜାରରେ ମିଳୁଥିବା ସ୍ମାର୍ଟ ଟିଭି ଅନେକ ଫିଚର ଦେବ । ଏହା ସହ ଫିଲ୍ମ ହଲ ବନ୍ଦ ଥିବାରୁ ବର୍ତମାନ ଅନେକ ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି । ଫଳରେ ସ୍ମାର୍ଟ ଟିଭି ଦ୍ୱାରା ସହଜରେ ଏହାକୁ ଘରେ ବସି ଦେଖିପାରିବେ । ଏହା ସହ ହୋମଥିଏଟର୍ ଆଣିଲେ ଘରେ ବସି ସିନେମା ହଲ୍‌ର ଅନୁଭବ ପାଇପାରିବେ ।


ବ୍ଲ୍ୟୁଟୁଥ ହେଡସେଟ୍
ଆଜିକାଲି ମୋବାଇଲ କିମ୍ବା ସ୍ମାର୍ଟ ଟିଭିରେ ବେଶି ଭଲ୍ୟୁମରେ ଗୀତ ଶୁଣିବାକୁ ଅନେକ ପସନ୍ତ କରୁନାହାନ୍ତି । ଏହାସହ ଅନ୍ୟମାନଙ୍କୁ ମଧ୍ୟ ଅଯଥା ହଇରାଣ କରିବାକୁ ପସନ୍ଦ କରୁନାହାନ୍ତି । ସେଥିପାଇଁ ବ୍ଲ୍ୟୁଟୁଥ ବ୍ୟବହାରକୁ ଗୁରତ୍ୱ ଦେଉଛନ୍ତି । ବର୍ତମାନ ମାର୍କେଟରେ ଅନେକ ଭଲ ଓ ସ୍ମାର୍ଟ ବ୍ଲ୍ୟୁଟୁଥ୍ ମିଳୁଛି । ଏହାଦ୍ୱାରା ଘରେ ବସି ମିଟିଂ ସହ ଅନ୍ୟମାନଙ୍କୁ ବିନା ଡିଷ୍ଟର୍ବ କରି ଆପଣ ନିଜ କାମ ସହ ମ୍ୟୁଜିକ ଓ ମୁଭି ଏନଜୟ କରିପାରିବେ ।

ମତାମତ ଦିଅନ୍ତୁ ।