ଘରମାଲିକର ଯୌନ ନିର୍ଯାତନା ପାଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଇନ୍ଦ୍ରଲୋକ ଷ୍ଟେସନରେ ଦୁଇ ଛୁଆଙ୍କ ସହ ଆତ୍ମହତ୍ୟା ଉଦ୍ୟମ କରୁଥିବା ଜଣେ ମହିଳାଙ୍କୁ ସିଆଇଏସଏଫ ସୁରକ୍ଷା କର୍ମୀ ଉଦ୍ଧାର କରିଛନ୍ତି। ଆତ୍ମହତ୍ୟାର କାରଣ ସମ୍ପର୍କରେ ମହିଳା ଜଣକ ଯାହା କହିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଜ୍ୟ କରିଦେଇଛି।

ମହିଳାଙ୍କ ସୂଚନା ଅନୁଯାୟୀ ତାଙ୍କ ସ୍ୱାମୀ ଅଷ୍ଟ୍ରେଲିଆରେ ରହୁଛନ୍ତି। ୨ ପିଲାଙ୍କ ସହ ସେମାନେ ରହୁଛନ୍ତି ମୋତି ନଗର ଥାନା ଅଞ୍ଚଳର ଏକ ଭଡା ଘରେ। ସ୍ୱାମୀଙ୍କ ଅନୁପସ୍ଥିତିରେ ଘର ମାଲିକ ତାଙ୍କୁ ଯୌନ ନିର୍ଯାତନା ଦେଉଥିବାରୁ ଏନେଇ ସେ ଥାନାରେ ଏତଲା ଦେଇଛନ୍ତି। କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ସେ ତାଙ୍କର ପିଲାଙ୍କୁ ନେଇ ଆତ୍ମହତ୍ୟା କରିବାକୁ ଯାଉଥିଲେ ବୋଲି କହିଛନ୍ତି।

ମତାମତ ଦିଅନ୍ତୁ ।