ଘରେପଶି ୩ ଜଣଙ୍କୁ ହାଣିଲେ ଦୁର୍ବୃତ୍ତ

ଯାଜପୁର : ଧର୍ମଶାଳା ଥାନା ମୀର୍ଜାପୁର ଗାଁରେ ଗତ ରାତିରେ ଗୋଟିଏ ପରିବାରର ୩ ଜଣଙ୍କୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଓ ଝିଅ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ଖବର ଅନୁଯାୟୀ ମୃତ ମହିଳା ନାଁ ତରୁଲତା ବିଶ୍ୱାଳ। ସେ ଜଣେ ଶିକ୍ଷୟିତ୍ରୀ। ତାଙ୍କ ସ୍ୱାମୀ ଇଞ୍ଜିନିୟର। ଝିଅ କଟକରେ ରହି ଯୁକ୍ତ ୨ ପଢ଼ୁଥିଲେ। ଗତକାଲି ରାତିରେ ପରିବାରର ସମସ୍ତ ସଦସ୍ୟ ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ସେମାନଙ୍କୁ ବାହାରକୁ ଡାକି ଅତର୍କିତ ଆକ୍ରମଣ କରିଥିଲେ। ତେବେ କିଏ ଏପରି ବିଭତ୍ସ କାଣ୍ଡ ଘଟାଇଛି ତାହା ଜଣାପଡ଼ି ନାହିଁ।

ମତାମତ ଦିଅନ୍ତୁ ।